15.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଡଲାର ତୁଳନାରେ ଟଙ୍କାର ମୂଲ୍ୟ ୩୮ ପଇସା ହ୍ରାସ

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୩୮ ପଇସା ହ୍ରାସ

ନୂଆଦିଲ୍ଲୀ: ଭାରତୀୟ ମୁଦ୍ରା ଆମେରିକାର ଡଲାର ତୁଳନାରେ ସବୁଠାରୁ ଦୁର୍ବଳ ସ୍ଥିତିରେ ପହଞ୍ଚିଛି। କ୍ରମାଗତ ଦ୍ୱିତୀୟ ଥର ପାଇଁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଛି। ଆମେରିକା ବଜାରରେ ନିଯୁକ୍ତି ଅ‍ଗ୍ବୃଦ୍ଧି ଆଶା ଠାରୁ ଅଧିକ ରହିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି।

ଆଜି ଶେୟାର ବଜାର ଖୋଲିବା କ୍ଷଣି ଟଙ୍କାର ମୂଲ୍ୟ ହ୍ରାସ ପାଇଥିଲା। ଏବେ ୧ ଡଲାରର ମୂଲ୍ୟ ୮୬.୪୨ ଟଙ୍କା ରହିଛି। ପୂର୍ବ ତୁଳନାରେ ଆଜି ଟଙ୍କାର ମୂଲ୍ୟ ୩୮ ପଇସା ହ୍ରାସ ପାଇଛି। ପୂର୍ବରୁ କେବେ ହେଲେ ଏବି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଏତେ ପରିମାଣର ହ୍ରାସ ପାଇ ନଥିଲା।ଶୁକ୍ରବାର ବଜାର ବନ୍ଦ ହେବା ବେଳକୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୮ ପଇସା ହ୍ରାସ ପାଇଥିଲା। ଗୋଟିଏ ଡଲାରର ମୂଲ୍ୟ ସେତେବେଳେ ୮୬.୦୪ ଟଙ୍କା ଥିଲା। ଆଜି ଏହା ପୁଣି ୩୮ ପଇସା ହ୍ରାସ ପାଇଛି।

ଅନ୍ୟପକ୍ଷରେ ଡଲାର ଇଣ୍ଡେକ୍‌ ୦.୨୨% ବୃଦ୍ଧି ପାଇଁ ଦୁଇ ବର୍ଷରେ ମଧ୍ୟରେ ସର୍ବାଧିକ ୧୦୯.୭୨ରେ ପହଞ୍ଚିଛି। ୧୦ ବର୍ଷିଆ ଆମେରିକେ ବଣ୍ଡ ମଧ୍ୟ ୪.୭୬% ରହିଛି। ଡଲାରର ଶକ୍ତିଶାଳୀ ହେବା ବ୍ୟତୀତ ଅଶୋଧିତ ତୈଳର ମୂଲ୍ୟବୃଦ୍ଧି, ବିଦେଶ ପୁଞ୍ଜିର ପ୍ରତ୍ୟାହାର ଓ ଘରୋଇ ଷ୍ଟକରେ ନକାରାତ୍ମକ ଟ୍ରେଣ୍ଡ ଯୋଗୁ ଟଙ୍କା ଦୁର୍ବଳ ହୋଇଥିବା କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking