ଭୁବନେଶ୍ୱର: ଯମୁନା ପଶ୍ଚିମବଙ୍ଗ ଚାଲିଯିବା ଗୁଜବକୁ ନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବଡ ବୟାନ ରଖିଛନ୍ତି । କହିଛନ୍ତି ଯମୁନା ପଶ୍ଚିମବଙ୍ଗ ଚାଲିଯିବା ଏକ ଗୁଜବ ଖବର ପ୍ରସାର ହୋଇଛି । ଶିମିଳିପାଳ ଓ କୁଲଢିଆ ଅଭୟାରଣ୍ୟରେ ବୁଲୁଛି । ଜିନ୍ନତକୁ ଦକ୍ଷିଣ ଓଡିଶାରେ ରଖାଯାଇଛି । ସେମାନଙ୍କ ଚଳପ୍ରଚଳ ଓ ଖାଦ୍ୟରେ ଅସୁବିଧା ନାହିଁ । ପରିବେଶ ସହିତ ଆଡଜଷ୍ଟ କରୁଛି । ସେମାନଙ୍କ ଗତିବିଧି ଉପରେ ନଜର ରଖିଛୁ । ଚିହ୍ନଟ କରିବା ଲାଗି ରଙ୍ଗ ଲଗାଯାଇଛି । ପତ୍ୟେକ ଦିନ ବିଭାଗୀୟ ଅଧିକାରୀ ଆଲୋଚନା କରୁଛନ୍ତି ।