16.1 C
Bhubaneswar
Monday, January 12, 2026
Homeଓଡିଶାରାଗିଗଲେ ରୁଦ୍ର ମହାରଥୀ

ରାଗିଗଲେ ରୁଦ୍ର ମହାରଥୀ

ପିପିଲି: ପିପିଲିରେ ଜୋର୍ ଧରିଲା ବାଲି ରାଜନୀତି । ସିଧାସଳଖ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ବିଧାୟକଙ୍କ ଉପରେ ଆଙ୍ଗୁଠି ଉଠାଇଲେ ବିଜେଡ଼ି କଂଗ୍ରେସ ଓ ସିପିଏମ ପାର୍ଟି। ସ୍ଥାନୀୟ ବିଧାୟକଙ୍କ ପାଇଁ ଚୋରା ବାଲି ମାଫିଆ ବଡ଼ ନା ସାଧାରଣ ଜନତା ବଡ଼ କହି ପିପିଲି ରାଜନୀତି ରେ ଉଷ୍ମତା ଭରି ଦେଇଛନ୍ତି ପିପିଲିର ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ।ପିପିଲି ରେ ବେଆଇନ୍ ବାଲି ଘାଟ ବନ୍ଦ ପାଇଁ ବାରମ୍ବାର ଦାବି ହୋଇ ଆସୁଥିବା ବେଳେ କଣ ପାଇଁ ବିଧାୟକ ଚୁପ୍ ରହିଛନ୍ତି ବୋଲି ପ୍ରଶ୍ନ କରି ବିଧାୟକ ଆଶ୍ରିତ ପଟ୍ଟନାୟକ ଉତ୍ତର ଦିଅନ୍ତୁ ବୋଲି ଦାବି କରିଛନ୍ତି ରୁଦ୍ର ପ୍ରତାପ । ଏପରିକି ପିପିଲି ରେ ଚାଲୁଥିବା ବେଆଇନ୍ ବାଲି ଘାଟ ଦଳୀୟ କର୍ମୀ ଚଳାଉ ଛନ୍ତି ବୋଲି ଅଭିଯୋଗ କରିଛନ୍ତି । ପୂର୍ବରୁ ପିପିଲି ର ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ପିପିଲି ରେ କିପରି ବେଆଇନ ବାଲି ଘାଟ ଚାଲିଛି ଏହାକୁ ନିଜ ସୋସିଆଲ ମିଡିଆ ରେ ଲାଇଭ ଆସି ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ବେଆଇନ୍ ବାଲି ଘାଟ ବନ୍ଦ କରିବା ପାଇଁ କୌଣସି ତତ୍ପରତା ପ୍ରକାଶ ପାଇନଥିଲା।

ମାତ୍ର ଗତକାଲି ବେଆଇନ୍ ବାଲି ଚୋରା ଚାଲାଣ ପାଇଁ   ସାମ୍ବାଦିକା ଓ ତାଙ୍କ ବାନ୍ଧବୀ ଙ୍କ ଅକାଳ ବିୟୋଗ କୁ ନେଇ ସମସ୍ତ ଙ୍କୁ ବ୍ୟଥିତ କରିଥିଲା। ଆଜି ରୁଦ୍ର ପ୍ରତାପ ପିପିଲି ତହସିଲଦାର୍ ଙ୍କୁ ଭେଟି କିପରି ବେଆଇନ ବାଲି ଘାଟ ଚାଲିଛି ଆକ୍ସନ ପରିବର୍ତ୍ତେ ଅଧିକାରୀ ନୀରବ ରହୁଛନ୍ତି ବୋଲି ପ୍ରଶ୍ନ ବାଣ ରେ ଘାଇଲା କରିଥିବା ବେଳେ ବେଆଇନ୍ ବାଲି ଘାଟ ପାଇଁ ବିଧାୟକ ଙ୍କୁ ଟାର୍ଗେଟ କରିଥିଲେ । କେବଳ ବିଜେଡ଼ି ନୁହେଁ ସମାନ ଅଭିଯୋଗ ଆଣିଛି କଂଗେସ ଓ ସିପିଏମ ପାର୍ଟି । ରାଜ୍ୟ ରେ ବାଲି ମାଫିଆ ଓ ମୋରମ ମାଫିଆ ଙ୍କ ରାଜ ଚାଲିଛି କହି ସରକାର ଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ।ଅନ୍ୟପଟେ ପିପିଲି ରେ ବେଆଇନ୍ ବାଲି ଘାଟ ପାଇଁ ସିଧା ସଳଖ ପିପିଲି ବିଧାୟକ ଙ୍କୁ ଆଙ୍ଗୁଳି ଉଠାଇଛି ସିପିଏମ ନେତା। ବାଲି ପାଇଁ ଦୁର୍ଘଟଣା ପ୍ରାଣ ହରାଇଥିବା ଜୀବନ ର ମୂଲ୍ୟ କିଏ ଦେଇ ପାରିବେ ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ବିଜେଡ଼ି କଂଗ୍ରେସ୍ ଓ ସିପିଏମ ପାର୍ଟି ପିପିଲି ରେ ଚାଲୁଥିବା ବେଆଇନ୍ ବାଲି ଘାଟ ରେ ସ୍ଥାନୀୟ ବିଧାୟକ ସମ୍ପୁକ୍ତି ଥିବା ନେଇ ପୂଳା ପୁଲା ଅଭିଯୋଗ କରିଛନ୍ତି। ପିପିଲି ରେ ଚାଲୁଥିବା ବେଆଇନ୍ ବାଲି ଘାଟ ରେ ବିଧାୟକ ଓ ତାଙ୍କ କର୍ମୀ ଙ୍କ ହାତ ଅଛି କି ନାହିଁ ତାହା ସରକାର ତଦନ୍ତ କରିବା ପରେ ଅଭିଯୋଗ ରେ କେତେ ସତ୍ୟତା ରହିଛି ତାହା ସାମ ନା କୁ ଆସିବ । କିନ୍ତୁ ବିଧାୟକ ଙ୍କ ଵିରୁଦ୍ଧ ରେ ଅଣାଯାଇ ଥିବା ସାଙ୍ଘାତିକ ଅଭିଯୋଗ ପରେ ବିଧାୟକ କିମ୍ବା ତାଙ୍କ ଦଳ ପକ୍ଷରୁ କୌଣସି ପାଲଟା ଜବାବ ମିଳି ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking