19.1 C
Bhubaneswar
Monday, February 2, 2026
Homeଓଡିଶାରାଉରକେଲାର ଉଦ୍ୟୋଗିକ ବିକାଶ ଏବଂ ଯୁବ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବ: ମୁଖ୍ୟମନ୍ତ୍ରୀ

ରାଉରକେଲାର ଉଦ୍ୟୋଗିକ ବିକାଶ ଏବଂ ଯୁବ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବ: ମୁଖ୍ୟମନ୍ତ୍ରୀ

ରାଉରକେଲା : ଭାରତୀୟ ଶିଳ୍ପ ମହାସଂଘ ଓ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ୨୫ତମ ଉଦ୍ୟୋଗ ମେଳା ଆଜିଠାରୁ ରାଉରକେଲାର ସେକ୍ଟର-୧୩ ସ୍ଥିତ ମେଲଣ ପଡ଼ିଆଠାରେ ଆରମ୍ଭ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ତାଙ୍କ ଉଦ୍‌ଘାଟନୀ ଅଭିଭାଷଣରେ କହିଲେ ଯେ, ଏହି କାର୍ଯ୍ୟକ୍ରମ ରାଉରକେଲାର ଉଦ୍ୟୋଗିକ ବିକାଶ ଏବଂ ଯୁବ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବାରେ ଏହି କାର୍ଯ୍ୟକ୍ରମ ମାଇଲଖୁଣ୍ଟ ସାଜିବ। ଓଡିଶାର ଶିଳ୍ପ ବିକାଶ ଓ ଉଦ୍ୟୋଗ କ୍ଷେତ୍ରରେ ନୂତନ ସମ୍ଭାବନାର ଦ୍ୱାର ଖୋଲିବ ବୋଲି ଆଶା ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ କମ୍ପାନୀଗୁଡିକ ସେମାନଙ୍କ କ୍ଷମତା, ନବସୃଜନ ଓ ଶିଳ୍ପ ଅଭିବୃଦ୍ଧି ଦିଗରେ ନିଜ ନିଜର ପ୍ରଦର୍ଶନ କରୁଛନ୍ତି। ଏଣ୍ଟରପ୍ରାଇଜ୍ ଓଡିଶା ଏକ ପ୍ରମୁଖ ଶିଳ୍ପ ପ୍ଲାଟଫର୍ମ ଯାହାର ଲକ୍ଷ୍ୟ ଓଡିଶାର ଶିଳ୍ପ କ୍ଷମତା ଓ ନିବେଶ ସୁଯୋଗ ସୃଷ୍ଟି କରିବ। ଏହି କାର୍ଯ୍ୟକ୍ରମରେ ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଓ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଉପସ୍ଥିତ ଥିଲେ। ଏଣ୍ଟରପ୍ରାଇଜ୍ ଓଡିଶାର ଉଦ୍‌ଘାଟନୀ ସନ୍ଧ୍ୟାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାଉରକେଲାରେ ପ୍ରଥମ ଡ୍ରୋନ୍ ଶୋ ପ୍ରଦର୍ଶିତ ହୋଇଥିଲା, ଯାହା ପଶ୍ଚିମ ଓଡିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ସାମାଜିକ ଜୀବନ ଓ ଶିଳ୍ପ ପ୍ରଗତିକୁ ପ୍ରଦର୍ଶିତ କରିଥାଏ। ଏହି ଯୁଗ୍ମ କାର୍ଯ୍ୟକ୍ରମ ନିଯୁକ୍ତି, ଶିଳ୍ପାୟନ, ଆଞ୍ଚଳିକ ସନ୍ତୁଳନ, ଏମ୍‌ଏସ୍‌ଏମ୍‌ଇର ଅଂଶଗ୍ରହଣ, ସ୍ଥାୟୀ ଶିଳ୍ପ ଅଭିବୃଦ୍ଧି ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିପାଦିତ କରିଥାଏ। ପଶ୍ଚିମ ଓଡିଶା ଓ ଭାରତର ଅର୍ଥନୈତିକ ଭବିଷ୍ୟତର ଏକ ପ୍ରମୁଖ ବାହକ ଭାବେ ସ୍ଥାନୀତ ହୋଇଛି। ଆଜିର କାର୍ଯ୍ୟକ୍ରମ ମଧ୍ୟରେ ବୃହତ ନିବେଶ, ନିଯୁକ୍ତି ସୃଷ୍ଟି, ଏମ୍‌ଏସ୍‌ଏମ୍‌ଇର ଅଂଶଗ୍ରହଣ ଏବଂ ସ୍ଥାୟୀ ଉତ୍ପାଦନ ଜରିଆରେ ପଶ୍ଚିମ ଓଡିଶାରେ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛି। ପ୍ରମୁଖ ପ୍ରକଳ୍ପର ଉଦ୍‌ଘାଟନ କରିବା, ନୂତନ ନିବେଶକୁ ଏଣ୍ଟରପ୍ରାଇଜ୍ ଓଡିଶା ୨୦୨୬ରେ ସହଜ ଓ ସିଧାସଳଖ ଶିଳ୍ପ ସହ ଯୋଡିବା, ପଶ୍ଚିମ ଓଡିଶା ଓ ଭାରତର ଶିଳ୍ପ କ୍ଷେତ୍ରରେ ପ୍ରମୁଖ ଅଭିବୃଦ୍ଧି କରିବା, ବିକାଶ ଯାତ୍ରାକୁ ସୁଗମ କରିବ। ଏହାର ଦ୍ୱିତୀୟ ଦିବସରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାରେ ଅନେକ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ସେ କ୍ଷେତ୍ରୀୟ ଗୋଲ ଟେବୁଲ ଆଲୋଚନା ଓ ବିଟୁବି ବୈଠକରେ ଅଂଶଗ୍ରହଣ କରିବେ ଯାହା ପଶ୍ଚିମ ଓଡ଼ିଶାର ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking