ରାଉରକେଲା: ରାଉରକେଲାରେ ବିମାନ ଦୁର୍ଘଟଣାର ଶିକାର ହୋଇଥିବା କୋ ପାଇଲଟ୍ ତରୁଣ ଶ୍ରୀବସ୍ତାବ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପୂର୍ବରୁ ପାଇଲଟ ନବୀନ କଡ଼ଙ୍ଗା ସୁସ୍ଥ ହୋଇ ଘରକୁ ଯାଇଥିଲେ । ଏହି ଦୁର୍ଘଟଣାରେ ୬ ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଭୁବନେଶ୍ୱରରୁ ରାଉରକେଲାକୁ ଆସୁଥିବା ବେଳେ ଜଲଦା କାଏଁସର ଗ୍ରାମର ପଡ଼ିଆ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଇଣ୍ଡିଆ – ୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ପଡିଯାଇଥିଲା । ଏହାଫଳରେ ୨ ପାଇଲଟଙ୍କ ସମେତ ୬ ଆହତ ହୋଇଥିଲେ ।
ଆହତ ଏକ ଦମ୍ପତ୍ତି ସ୍ୱାମୀ ସୁନୀଲ ଅଗ୍ରଓ୍ୱାଲ ଏବଂ ସ୍ତ୍ରୀ ସବିତା ଅଗ୍ରଓ୍ୱାଲଙ୍କୁ ନିକଟରେ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା । ବାକି ଦୁଇ ଜଣ କ୍ୟାପଟେନ୍ ନବୀନ ଖାଡେଙ୍ଗା ଓ ତରୁଣ ଶ୍ରୀବାସ୍ତବ ଏବଂ ଦୁଇ ଯାତ୍ରୀ ସୁଶାନ୍ତ କୁମାର ବିଶ୍ୱାଳ ଓ ଅନିତା ସାହୁଙ୍କ ଆଇଜିଏଚ୍ ମେଡିକାଲରେ ଚିକିତ୍ସା ଚାଲିଥିଲା । ଗତ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ସନ୍ତୋଷ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିଲା । ଗତ ମଙ୍ଗଳବାର ସୁସ୍ଥ ହୋଇ ଘରକୁ ଫେରିଥିଲେ ପାଇଲଟ୍ ନବୀନ କଡଙ୍ଗା । କିଛି ଦିନ ତଳେ ମୁମ୍ବାଇରୁ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଫେରିଥିଲେ ସୁନିଲ ଅଗ୍ରୱାଲ। ସେପଟେ ବିମାନ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।










