30.1 C
Bhubaneswar
Sunday, February 8, 2026
Homeଓଡିଶାଭୁଶୁଡ଼ିଲା ନିର୍ମାଣାଧୀନ କୋଠାର ଛାତ, ୨ମୃତ

ଭୁଶୁଡ଼ିଲା ନିର୍ମାଣାଧୀନ କୋଠାର ଛାତ, ୨ମୃତ

ରାୟପୁର: ଛତିଶଗଡ଼ର ରାଜଧାନୀ ରାୟପୁରର ଭିଆଇପି ରୋଡରେ ଏକ ନିର୍ମାଣାଧୀନ ୮ ମହଲା କୋଠାର ଛାତ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେହିପରି ଛାତ ତଳେ ଚାପି ହୋଇ ପ୍ରାୟ ୬ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେଲିବନ୍ଧ ଥାନା ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ରାୟପୁରର ଅବିନାଶ ଭବନର ଅଷ୍ଟମ ମହଲାରେ ଛାତ ପକାଇବା କାମ ଚାଲିଥିବା ବେଳେ ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ଛାତର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା। ଏହା ସହ ସେଣ୍ଟରିଂ ପ୍ଲେଟ୍ ଓ ଲୁହା ଷ୍ଟାଣ୍ଡ ମଧ୍ୟ ଖସି ପଡ଼ିଥିଲା। ଏହାଫଳରେ ତଳେ କାମ କରୁଥିବା ସମସ୍ତ ଶ୍ରମିକ ପୋତି ହୋଇଯାଇଥିଲେ। ଏହି ଘଟଣାରେ ୨ ଶ୍ରମିକ ମୃତ୍ୟୁବରଣ କରିଥିବାବେଳେ ୬ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ବିହାରର ଦୁଇ ଜଣ ଶ୍ରମିକ ମଧ୍ୟ ଅଛନ୍ତି। ତାଙ୍କ ମୁଣ୍ଡ ଓ ଗୋଡ଼ରେ ଆଘାତ ଲାଗିଛି। ରାୟପୁର ଏଏସପି ଲଖନ ପଟେଲ କହିଛନ୍ତି, ଏକ ନିର୍ମାଣାଧୀନ କୋଠାର କିଛି ଅଂଶ ଭୁଶୁଡ଼ି ପଡ଼ିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଅନେକ ଲୋକ ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ କହିଛନ୍ତି ଯେ ଭଗ୍ନାବଶେଷ ସଫା କରିବା ପାଇଁ କାମ ଚାଲିଛି। ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking