31.1 C
Bhubaneswar
Wednesday, March 25, 2026
Homeଓଡିଶାଗଡ଼ିଲା ଆମ୍ବୁଲାନ୍ସ ଗାଡି

ଗଡ଼ିଲା ଆମ୍ବୁଲାନ୍ସ ଗାଡି

ଭୁବନେଶ୍ୱର: ୧୦୮ ଆମ୍ବୁଲାନ୍ସ ଚଳାଇବାକୁ କର୍ତ୍ତୃପକ୍ଷଙ୍କ ଆହ୍ୱାନ । ୧୦୮ ଆମ୍ବୁଲାନ୍ସ ସେବା ରାଜ୍ୟ ମୁଖ୍ୟ ସବ୍ୟସଚୀ ବିଶ୍ୱାଳଙ୍କ ଆହ୍ୱାନ । ଆମ୍ବୁଲାନ୍ସ କର୍ମଚାରୀଙ୍କ ଖାତାକୁ ଦରମା ପହଞ୍ଚିଯାଇଛି । ଗ୍ରାଚ୍ୟୁଟି ଟଙ୍କା ପ୍ରସଙ୍ଗରେ ପୂର୍ବ କମ୍ପାନୀ ସହ କଥା ଚାଲିଛି । ନିୟମ ଅନୁସାରେ ଆମ୍ବୁଲାନ୍ସ ଚଲାନ୍ତୁ ବୋଲି କହିଛନ୍ତି କର୍ତ୍ତୃପକ୍ଷ । ନିୟମରେ ଖିଲାପ କଲେ ହେବ କାର୍ଯ୍ୟାନୁଷ୍ଠାନ । ଆମ୍ବୁଲାନ୍ସ ସେବା କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଅନେକ ରୋଗୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେହିପରି ଆଜି ଆମ୍ବୁଲାନ୍ସ କର୍ମଚାରୀ ମାନେ ଆନ୍ଦୋଳନ କରିଥିଲେ । ୧୦୮ ଆମ୍ବୁଲାନ୍ସ କମ୍ପାନୀ ଓ କର୍ମଚାରୀ ବିବାଦ, ରାଜ୍ୟବ୍ୟାପୀ ରୋଗୀସେବା ବାଧାପ୍ରାପ୍ତ ହୋଇଛି । ସ୍ଥାୟୀ ନିଯୁକ୍ତି ସାଙ୍ଗକୁ ସମାନ କାମକୁ ସମାନ ଦରମା ଦାବି, ମଙ୍ଗଳବାର ଠାରୁ ଜିପିଏସ୍ ବଟନ୍ ଅଫ୍ କରି ଅଫରୋଡ୍ ମୋଡରେ ଗାଡି ଚଲାଇବାକୁ ନିଷ୍ପତ୍ତି ନେଇଥିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଫଳରେ ରାଜ୍ୟବ୍ୟାପୀ ରୋଗୀ ସେବା ପ୍ରଭାବିତ ହୋଇଛି । ଅନ୍ୟପଟେ ଅଫରୋଡ୍ ମୋଡ଼ରେ ସେବା ଦେବାକୁ ଅମଙ୍ଗ ଆମ୍ବୁଲାନ୍ସ ସେବା ଯୋଗାଉ ଥିବା କମ୍ପାନୀ। ପୂର୍ବରୁ ମଧ୍ୟ ସମାନ ଦାବି ନେଇ ଜିପିଏସ୍ ବଟନ ବନ୍ଦ କରାଯାଇଥିବା ବେଳେ ଦାବି ପୂରଣ ହୋଇନାହିଁ। ପୁଣିଥରେ ଏଭଳି ପନ୍ଥା ଆପଣାଇ ଆମ୍ବୁଲାନ୍ସ କର୍ମଚାରୀ ମାନେ ଅଭିନବ ଉପାୟରେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଭୁବନେଶ୍ବର, ମାଲକାନଗିରି, କେନ୍ଦ୍ରାପଡ଼ା ସମେତ ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ତେବେ ଏବେ ଆମ୍ବୁଲାନ୍ସ ସେବା ଚଳାଚଳ ସ୍ୱଭାବିକ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking