ଭୁବନେଶ୍ୱର : କେନ୍ଦ୍ର ସରକାର ଗତ ତା ୭/୪/୨୦୨୫ରିଖରେ ଗ୍ୟାସ ସିଲିଣ୍ଡର ପିଛା ୫୦ଟଙ୍କା ବୃଦ୍ଧି କରି ଜନଗଣଙ୍କ ଉପରେ ୭୦୦୦କୋଟି ଟଙ୍କାର ଓ ପେଟ୍ରୋଲ୍, ଡ଼ିଜେଲ ଉପରେ ସ୍ୱତନ୍ତ୍ର ଅବକାରୀ ଟିକସ ଅଧିକ ବସାଇ ୩୨,୦୦୦କୋଟି ଟଙ୍କାର ବୋଝ ଲଦିଛନ୍ତି । ଆନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳ ଓ ଗ୍ୟାସ ମୂଲ୍ୟ ହ୍ରାସ ପାଉଥିବାବେଳେ ତାହାର ସୁବିଧା ଜନଗଣଙ୍କୁ ଦେବା ପରିବର୍ତ୍ତେ କେନ୍ଦ୍ର ବିଜେପି ସରକାର ଅଧିକରୁ ଅଧିକ ଟିକସ ଜନଗଣଙ୍କ ଉପରେ ବସାଉଛନ୍ତି । ପେଟ୍ରୋଲ, ଡ଼ିଜେଲ ଓ ଗ୍ୟାସ ମୂଲ୍ୟ ବୃଦ୍ଧି ଫଳରେ ଅନ୍ୟ ସମସ୍ତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ । ମୁଦ୍ରାସ୍ଫିତିଯୋଗୁଁ ଆମରାଜ୍ୟ ଓ ଦେଶରଜନଗଣଙ୍କର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାବେଳେ ଏହି ମୂଲ୍ୟ ବୃଦ୍ଧି ଅସହ୍ୟ ପରିସ୍ଥିତି ମଧ୍ୟକୁ ସେମାନଙ୍କୁ ଠେଲିଦେବ । ଏଥିସହ ପେଟ୍ରୋଲ ଓ ଡ଼ିଜେଲ ଉପରେ ସ୍ୱତନ୍ତ୍ର ଅବକାରୀ ଟିକସ ବୃଦ୍ଧି ଫଳରେ କେନ୍ଦ୍ର ସରକାର ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ବସିଛନ୍ତି । କେନ୍ଦ୍ର ସରକାର ଏଥିରୁ ସମସ୍ତ ରାଜସ୍ୱ ନିଜତ ହବିଲକୁ ନେଇ ଯିବାବେଳେ ସଂଘୀୟ ବ୍ୟବସ୍ଥାକୁ ଉଲଂଘନ କରି ଏଥିରୁ ରାଜ୍ୟମାନଙ୍କୁ ସେମାନଙ୍କ ପ୍ରାପ୍ୟରୁ ବଞ୍ôଚତ କରିବେ ।
ସି.ପି.ଆଇ.(ଏମ୍) ପଲିଟ୍ ବ୍ୟୁରୋ ଓ ଓଡ଼ିଶା ରାଜ୍ୟ କମିଟି କେନ୍ଦ୍ର ସରକାରଙ୍କରଏତାଦୃଶ ନିଷ୍ପତ୍ତିର ପ୍ରତିବାଦ କରିବା ସହ ଏହି ମୂଲ୍ୟ ବୃଦ୍ଧି ପ୍ରତ୍ୟାହାର କରିନେବା ପାଇଁ ଦାବି କରୁଛନ୍ତି । ଏହି ଦର ବୃଦ୍ଧି ଯୋଗୁଁ ବିଜେପି ସରକାରଙ୍କର ବହୁଳ ପ୍ରସାରିତ “ଉଜ୍ୱଳା” ଯୋଜନା ଏକ ପ୍ରହସନରେ ପରିଣତ ହେବ । ଓଡ଼ିଶାର ଡ଼ବଲ ଇଞ୍ଜିନ ସରକାରଏହି ପରିପ୍ରେକ୍ଷୀରେ ପେଟ୍ରୋଲ, ଡ଼ିଜେଲ ଓ ଗ୍ୟାସ ଉପରୁ ନିଜର ‘ଭାଟ୍’ ହ୍ରାସ କରିବାକୁ ଆମେ ଦାବି କରୁଛୁ । ଏଭଳି ଜନବିରୋଧୀ, ଅଗଣତାନ୍ତ୍ରିକ ନିଷ୍ପତ୍ତିକୁ ବିରୋଧ କରି ବିଭିନ୍ନ ସ୍ଥାନରେ ପ୍ରତିବାଦ କରିବା ପାଇଁ ସି.ପି.ଆଇ.(ଏମ୍) ଓଡ଼ିଶା ରାଜ୍ୟ କମିଟି ଜନଗଣଙ୍କୁ ନିବେଦନ କରୁଛି । ପାର୍ଟିର ବିଭିନ୍ନ ଜିଲ୍ଲା, ଆଞ୍ଚଳିକ ଓ ବ୍ରାଞ୍ଚ ୟୁନିଟ୍ମାନେ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ରାଜ୍ୟ କମିଟି ଆହ୍ୱାନ କରୁଛି ।