32.1 C
Bhubaneswar
Wednesday, October 16, 2024
Homeଖେଳରୋହିତ ଶର୍ମାଙ୍କ ବଡ଼ ବୟାନ; ଅଷ୍ଟ୍ରେଲିଆ ଗସ୍ତରେ ଯିବେନି ଶମୀ

ରୋହିତ ଶର୍ମାଙ୍କ ବଡ଼ ବୟାନ; ଅଷ୍ଟ୍ରେଲିଆ ଗସ୍ତରେ ଯିବେନି ଶମୀ

ବେଙ୍ଗାଲୁରୁ:  ଫାଷ୍ଟ ବୋଲର୍ ମହମ୍ମଦ ଶମୀ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଟିମ୍‌ର ସଦସ୍ୟ ହେବେନାହିଁ । ଭାରତୀୟ ଟେଷ୍ଟ କ୍ୟାପ୍‌ଟେନ୍ ରୋହିତ ଶର୍ମା ଫାଷ୍ଟ ବୋଲର୍‌ଙ୍କ ଫିଟ୍‌ନେସ୍ ନେଇ ବଡ଼ ଅପ୍‌ଡେଟ୍ ଦେଇଛନ୍ତି । ନ୍ୟଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ପୂର୍ବରୁ ରୋହିତ ବେଙ୍ଗାଲୁରୁରେ କହିଛନ୍ତି, ଆହତ ଶମୀଙ୍କୁ ଆମେ ଅଷ୍ଟ୍ରେଲିଆ ନେଇପାରିବୁ ନାହିଁ । ଶମୀଙ୍କ ଫିଟ୍‌ନେସ୍ ଉପରେ କରାଯାଇଥିବା ପ୍ରଶ୍ନର ଉତ୍ତରରେ ଭାରତୀୟ କ୍ୟାପ୍‌ଟେନ୍ କହିଛନ୍ତି, ଅଷ୍ଟ୍ରେଲିଆ ସିରିଜ୍ ପାଇଁ ଶମୀଙ୍କୁ ନେଇ ନିଷ୍ପତ୍ତି କରିବା କଷ୍ଟକର । ତାଙ୍କ ଆଣ୍ଠୁରେ ଫୁଲା ରହିଛି, ଯାହା ଯୋଗୁଁ ସେ ସାମାନ୍ୟ ପଛେଇ ଯାଇଛନ୍ତି । ତାଙ୍କୁ ପୁଣିଥରେ ଆରମ୍ଭ କରିବାକୁ ହେବ । ସେ ଏବେ ଏନ୍‌ସିଏରେ ଅଛନ୍ତି । ସମ୍ପୂର୍ଣ୍ଣ ପ୍ରସ୍ତୁତ ନଥିବା ଶମୀଙ୍କୁ ଆମେ ଅଷ୍ଟ୍ରେଲିଆ ନେବାକୁ ଚାହୁଁନାହୁଁ ।

ମହମ୍ମଦ ଶମୀ ଗତବର୍ଷ ଭାରତ ଦ୍ୱାରା ଆୟୋଜିତ ଦିନିକିଆ ବିଶ୍ୱକପ୍ ୨୦୨୩ ଅବସରରେ ଆହତ ହୋଇଥିଲେ । ସେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱକପ୍ ଫାଇନାଲ୍‌ରେ ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଭାରତ ପକ୍ଷରୁ ୬୪ ଟେଷ୍ଟ ମ୍ୟାଚ୍ ଖେଳିଥିବା ଶମୀଙ୍କ ନାମରେ ୨୨୯ ୱିକେଟ୍ ରହିଛି । ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତର ଅଷ୍ଟ୍ରେଲିଆ ଗସ୍ତ ଚଳିତ ବର୍ଷ ନଭେମ୍ବର ୨୨ରୁ ଆରମ୍ଭ ହେବ । ଟିମ୍ ଇଣ୍ଡିଆ ଏହି ଗସ୍ତରେ ଅଷ୍ଟ୍ରେଲିଆ ବିପକ୍ଷରେ ୫ ଟେଷ୍ଟ ମ୍ୟାଚ୍‌ର ସିରିଜ୍ ଖେଳିବ । ପ୍ରଥମ ମ୍ୟାଚ୍ ପର୍ଥରେ ନଭେମ୍ବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଏହାପରେ ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ଆଡିଲେଡ୍‌ରେ ଅନୁଷ୍ଠିତ ହେବ । ଏହି ମ୍ୟାଚ୍‌ଟି ଦିବାରାତ୍ର ମ୍ୟାଚ୍ ହେବ । ତୃତୀୟ ମ୍ୟାଚ୍ ଗାବାରେ (ଡିସେମ୍ବର ୧୪ରୁ ୧୮), ଚତୁର୍ଥ ମ୍ୟାଚ୍ ମେଲ୍‌ବର୍ଣ୍ଣରେ (ଡିସେମ୍ବର ୨୬ରୁ ୩୦) ଏବଂ ପଞ୍ଚମ ମ୍ୟାଚ୍ ଆସନ୍ତାବର୍ଷ ଜାନୁଆରୀ ୩ରୁ ୭ ପର୍ଯ୍ୟନ୍ତ ସିଡ୍‌ନୀରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking