29.1 C
Bhubaneswar
Tuesday, July 2, 2024
Homeଖେଳଟି-୨୦ରୁ ଅବସର ନେଲେ ରୋହିତ ଓ ବିରାଟ

ଟି-୨୦ରୁ ଅବସର ନେଲେ ରୋହିତ ଓ ବିରାଟ

ନୂଆଦିଲ୍ଲୀ : ୨୦୨୪ ଟି-୨୦ ବିଶ୍ୱକପ ଚାମ୍ପିୟନ ହୋଇଛି ଭାରତ। ଏହା କେବଳ ଟିମ୍ ଇଣ୍ଡିଆ ନୁହେଁ, ପୂରା ଭାରତ ପାଇଁ ଆଣି ଦେଇଛି ଖୁସି। ତେବେ ଏହା ସହିତ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର ମଧ୍ୟ ଆସିଛି। ଉଭୟ ବିରାଟ କୋହଲି ଓ ଅଧିନାୟକ ରୋହିତ ଶର୍ମା ଟି-ଟ୍ୱେଣ୍ଟି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏହା ସେମାନଙ୍କର କୋଟି କୋଟି ପ୍ରଶଂସକଙ୍କୁ ଶକ୍ତ ଝଟକା ଦେଇଛି।

ଗତକାଲି ବିରାଟ କୋହଲି ଖେଳିଥିବା ନିଜର ଶେଷ ଟି-୨୦ ମ୍ୟାଚ୍‌ରେ ଭାରତକୁ ଚାମ୍ପିୟନ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ସେ ୫୯ ବଲ୍‌ରୁ ୭୬ ରନ୍ (୬ ଚୌକା, ୨ ଛକା) କରିଥିଲେ। ସେହିପରି ଏହି ମ୍ୟାଚ୍ ବିଜୟ ପଛରେ ରହିଥିବା ରଣନୀତିରେ ରୋହିତ ଶର୍ମାଙ୍କ ଅବଦାନ ସବୁଦିନ ପାଇଁ ମନେ ରହିବ। ଏହି ବିଶ୍ୱକପ୍‌ର ସୁପର ୮ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ୪୧ ବଲ୍‌ରେ ୯୨ ରନ୍‌ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ, ଯାହା ଚିର ସ୍ମରଣୀୟ ହୋଇ ରହିବ।

ଟି-୨୦ ବିଶ୍ୱକପ୍ ଚାମ୍ପିୟନ ହେବା ପରେ ବିରାଟ କୋହଲି କହିଥିଲେ, ଏହି ବିଶ୍ୱକପ୍ ମୋର ଶେଷ ଟି-୨୦ ବିଶ୍ୱକପ୍। ଏବେ ସମୟ ଆସିଛି ନୂଆ ପିଢ଼ିକୁ ଆଗକୁ ଯିବାର। ବିଶ୍ୱକପ୍ ସେମିଫାଇନାଲ୍ ପର୍ଯ୍ୟନ୍ତ କୋହଲିଙ୍କ ପ୍ରଦର୍ଶନ ସେଭଳି ଭଲ ନଥିଲା । ତଥାପି ପ୍ରଶଂସକ ଆଶା ରଖିଥିଲେ ଫାଇନାଲରେ କୋହଲିଙ୍କ ଚମକ ଦେଖିବାକୁ ମିଳିବ । ଅଧିନାୟକ ରୋହିତ ଶର୍ମା ମଧ୍ୟ ପୂର୍ବରୁ ଏକଥା କହିଥିଲେ । ତାହା ହିଁ ହେଲା । ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ କୋହଲି ଧୌର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକୀୟ(୭୬) ପାଳି ଖେଳିଲେ । ଯାହା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଶେଷରେ ଭାରତ ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟାଇ ଚାମ୍ପିଆନ୍ ହେଲା । ବିଶ୍ୱ ଟାଇଟଶଲ୍ ତୋଳି ଧରିବାର ଶେଷ ଇଚ୍ଛା ଥିଲା କୋହଲିଙ୍କର । ଆଉ ଚମ୍ପିଆନ୍ ହେବା ପରେ ସେ ନିଜର ସନ୍ନ୍ରାସ ଘେଶଷଣା କରି କହିଥିଲେ ଏହା ଥିଲା ମୋର ଶେଷ ଟି-୨୦ ବିଶ୍ୱକପ୍ । ଯାହା ସମସ୍ତଙ୍କୁ ଚକିତ ଓ ବିସ୍ମିତ କରି ଦେଇଥିଲା । କୋହଲି କହିଥିଲେ ଏହା ଥିଲା ମୋର ଶେଷ-ଟି-୨୦ ବିଶ୍ୱକପ୍ । ଏହା ହିଁ ଆମେ ହାସଲ କରିବାକୁ ଚାହୁଁଥିଲୁ । ଈଶ୍ୱର ହେଉଛନ୍ତି ବଡ଼ । ଦଳ ପାଇଁ ଯାହା ଆବଶ୍ୟକ ହେଉଥିଲା , ତାହା କରିଛି । ଏହା ମୋର ଦେଶ ପାଇଁ ଷଶେ ଟ-୨୦ । ବିଶ୍ୱକପ୍ ତୋଳି ଧରିବାକୁ ଚାହିଁଥିଲି । ସମୟ ଆସିଛି ପରବର୍ତ୍ତି ପିଢ଼ିଙ୍କୁ ବାଟ ଛାଡ଼ିବାର ଅଛି । କିଛି ପ୍ରତିଭାବାନ୍ ପିଲା ଦଳକୁ ଆସିବେ ଏବଂ ଦଳର ସଫଳତାକୁ ଆହୁରି ଆଗେଇନେବେ ।

ସେହିଭଳି ରୋହିତ ଶର୍ମା କହିଥିଲେ, ଏହା ମୋର ଶେଷ ମ୍ୟାଚ୍‌। ବିଦାୟ ନେବା ପାଇଁ ଏହାଠାରୁ ବଡ଼ ଅବସର ଆଉ କ’ଣ ହୋଇପାରେ। ମୁଁ ଏହି ଟ୍ରଫି ଜିତିବା ପାଇଁ ଖୁବ୍ ବ୍ୟଗ୍ର ଥିଲି। ରୋହିତ ଶର୍ମା ସ୍ପଷ୍ଟ କରି ଦେଇଛନ୍ତି ଯେ ସେ କେବଳ ଅନ୍ତର୍ଜାତୀୟ ଟି-୨୦ ରୁ ଅବସର ନେଇଛନ୍ତି। ସେ ଦିନିକିଆ ଓ ଟେଷ୍ଟରେ ଦେଶ ପାଇଁ ଖେଳ ଜାରି ରଖିବେ।

୨୦୧୦ରେ ଜିମ୍ବାୱେ ବିପକ୍ଷରେ ଭାରତ ପାଇଁ ଟି-୨୦ ଡେବ୍ୟୁ କରିଥିଲେ ବିରାଟ କୋହଲି। ଆଉ ଗତକାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ ଟି-୨୦ କ୍ୟାରିୟରର ଶେଷ ମ୍ୟାଚ୍‌। ସେ ୧୨୫ଟି ଟି-୨୦ ମ୍ୟାଚ୍ ଖେଳିଥିବା ବେଳେ ୪୧୮୮ ରନ୍ ସଂଗ୍ରହ କରିଛନ୍ତି। ତା’ ମଧ୍ୟରେ ଗୋଟିଏ ଶତକ ଓ ୩୮ଟି ଅର୍ଦ୍ଧ ଶତକ ରହିଛି। ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷରେ ୨୦୦୭ରେ ଟି-୨୦ କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୫୯ଟି ମ୍ୟାଚ୍ ଖେଳି ୪୨୩୧ ରନ୍ ସଂଗ୍ରହ କରିଛନ୍ତି। ତା’ ଭିତରେ ୫ଟି ଶତକ ଓ ୩୨ଟି ଅର୍ଦ୍ଧ ଶତକ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking