19.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶବିସିସିଆଇ ସଚିବ ଦୌଡ଼ରେ ରୋହନ, ଅନୀଲ

ବିସିସିଆଇ ସଚିବ ଦୌଡ଼ରେ ରୋହନ, ଅନୀଲ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୨ ତାରିଖ ପରେ ବିସିସିଆଇ ସଚିବ ଜୟ ଶାହାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ଆସୋସିଏଶନ (ଡିଡିସିଏ) ସଭାପତି ରୋହନ ଜେଟଲୀଙ୍କୁ ଜୟ ଶାହାଙ୍କ ପରେ ବିସିସିଆଇର ସଚିବ କରାଯାଇପାରେ। ରୋହନ ଜେଟଲୀଙ୍କ ବ୍ୟତୀତ ଗୁଜରାଟ କ୍ରିକେଟ ଆସୋସିଏସନ୍ ସଚିବ ଅନିଲ ପଟେଲଙ୍କ ନାମ ବିସିସିଆଇ ସଚିବ ଦୌଡ଼ରେ ଅଛି। ତେବେ ଏହି ପଦ ପାଇଁ ରୋହନ ଜେଟଲୀ ବେଶୀ ପସନ୍ଦ ବୋଲି ବିବେଚନା କରାଯାଉଛି। ସମ୍ପ୍ରତି ଜୟ ଶାହା ଆଇସିସିର ଚେୟାରମ୍ୟାନ ଅଛନ୍ତି ଏବଂ ତାଙ୍କ କାର୍ଯ୍ୟକାଳ ଡିସେମ୍ବର ୨ ତାରିଖରୁ ଶେଷ ହେବାକୁ ଯାଉଛି। ବର୍ତ୍ତମାନ ସୁଦ୍ଧା ଜୟ ଶାହା ବିସିସିଆଇର ସଚିବ ଭାବରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ଡିସେମ୍ବର ୨ ପରେ ଜୟ ଶାହାଙ୍କ ପଦ କିଏ ଗ୍ରହଣ କରିବ, ତାକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଛି। ଡିସେମ୍ବର ପାଖେଇ ଆସୁଥିବାରୁ ଏହି ପ୍ରଶ୍ନ ଅଧିକ ତୀବ୍ର ହେବାରେ ଲାଗିଛି। ଏହି ପ୍ରଶ୍ନକୁ ନେଇ ଆସିଥିବା ରିପୋର୍ଟରେ କୁହାଯାଇଛି ଯେ ଜୟ ଶାହାଙ୍କ ପରେ ରୋହନ ଅଥବା ଅନୀଲଙ୍କୁ ବିସିସିଆଇ ସଚିବ ଦାୟିତ୍ୱ ଦିଆଯାଇପାରେ।
ସୂଚନାଯୋଗ୍ୟ ଯେ ରୋହନ ଜେଟଲୀ ସ୍ୱର୍ଗତ ରାଜନେତା ଅରୁଣ ଜେଟଲୀଙ୍କ ପୁଅ ଏବଂ ସେ ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ଭାବରେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ରୋହନ ଜେଟଲୀ ବିସିସିଆଇ ସଚିବ ହେବାର ଖବର ବାହାରକୁ ଆସିଥିଲା, ଯାହାକୁ ସେ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଥିଲେ। ତେବେ ଏହି ପ୍ରସଙ୍ଗରେ ସରକାରୀ ସୂଚନା ଏ ପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking