ଭୁବନେଶ୍ୱର: ଭୁବନେଶ୍ୱର ତମାଣ୍ଡୋ ଥାନା କଳିଙ୍ଗନଗରରେ ଗହଣା ଦୋକାନରୁ ଲୁଟ ଘଟଣାରେ ଲୁଟେରା ଗିରଫ । ପେପର ସ୍ପ୍ରେ କରି ଲୁଟୁଥିଲା ୬ ଲକ୍ଷ ଟଙ୍କାର ସୁନା ଗହଣା । ଲୁଟ କରିଥିବା ଅଭିଯୁକ୍ତ ଜଣକ ଏକ ନାବାଳକ ବୋଲି ଜଣାପଡିଛି । ୧୭ ବର୍ଷିୟ ନାବାଳକ ଏହି ଲୁଟ କରିଥିବା ପୁଲିସ ଜାଣିବାକୁ ପାଇବା ସହ ତାକୁ ଗିରଫ କରିଛି । ସୂଚନାଥାଉକି, ଗତକାଲି ଗ୍ରାହକ ହୋଇ ଗହଣା ଦୋକାନକୁ ଆସି ଭଉଣୀ ବାହାଘର ପାଇଁ ଗହଣା କିଣିବା ବାହାନାରେ ଲୁଟ କରିଥିଲା ଦୁର୍ବତ୍ତ । ମୁଦି ପିନ୍ଧିବା ପରେ ପାଖରେ ଥିବା ଅନ୍ୟ ଚେନ ସହ ମୁଦି ନେଇଗଲେ ଦୁର୍ବୃତ୍ତ ଆଉ ଗଲାବେଳେ ମୁହଁରେ ସ୍ପ୍ରେ ମାରିଲେ । ଏହି ଲୁଟେରା ପାଖାପାଖି ୫ଟି ମୁଦି, ଦୁଇଟି ସୁନା ଚେନ ନେଇଯାଇଥିବା ବେଳେ ପୁଲିସ ତାକୁ ଗିରଫ କରିଛି ।










