ନୟାଗଡ: ଦଶପଲ୍ଲା-ଭଞ୍ଜନଗର ରସ୍ତାରେ ଲୁଟେରାଙ୍କ ଆତଙ୍କରାଜ ବଢିବାରେ ଲାଗିଛି । ପଥଚାରୀଙ୍କୁ ଆକ୍ରମଣ ପରେ ପୋଡିଦେଲେ ବାଇକ । ଲୁଟେରାଙ୍କ ଶିକାର ହୋଇଥିବା ପଥଚାରୀ ଚାଳକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଦଶପଲ୍ଲା-ଭଞ୍ଜନଗର ରାସ୍ତା ସାକେଣୀ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ସକାଳେ ୩ ଜଣ ବ୍ୟବସାୟୀ ଏକ ବାଇକରେ ଯାଉଥିଲେ । ହଠାତ୍ ୮ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇଥିଲେ ଏବଂ ବ୍ଲେଡରେ ଆକ୍ରମଣ କରି ମୋବାଇଲ ଓ ନଗଦ ୭୨୦୦ ଟଙ୍କା ଲୁଟି ନେଇଥିଲେ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।