ସୁନ୍ଦରଗଡ଼: ଆଖିରେ ଧୁଳି ଦେଇ ମହିଳାଙ୍କ ଠାରୁ ଲୁଟିନେଲେ । ତା’ ପୁଣି ଏଟିଏମ୍ କାର୍ଡ ସ୍ବାଇପ୍ କରି ତାଙ୍କ ଉଠାଇଲେ । ଲୁଟ୍ର ଶିକାର ହୋଇଥିବା ମହିଳା ହେଉଛନ୍ତି ସୁନ୍ଦରଗଡ଼ କିଞ୍ଜିରକେଲା କୁଳମଣି ହାଇସ୍କୁଲର ହଷ୍ଟେଲ ମାଟ୍ରନ ଜୟନ୍ତୀ ଟପ୍ପୋ । ନିଜ ଝିଅର ଚିକିତ୍ସା ପାଇଁ ସୁନ୍ଦରଗଡ଼ ସରକାରୀ ମେଡିକାଲକୁ ଆଣିଥିଲେ । ଦିନ ସାରା ଝିଅର ଚିକିତ୍ସା କରିବା ପରେ ଭୋକିଲା ପରିବାରକୁ କିଛି ଖୁଆଇବା ପାଇଁ ଏଟିଏମ୍ରୁ ଟଙ୍କା ଉଠାଇବା ପାଇଁ ହସ୍ପିଟାଲ ଛକରେ ଥିବା ଏସବିଆଇ ମୁଖ୍ୟ ଶାଖାର ଏଟିଏମକୁ ଯାଇଥିଲେ । ଜୟନ୍ତୀ ଟଙ୍କା ଉଠାଇବା ପାଇଁ ଚେଷ୍ଟା କରୁଥିବା ବେଳେ କିଛି ଭୁଲ ଟ୍ରାଞ୍ଜାକ୍ସନ କରିଦେଇଥିଲେ । ଏହାର ଫାଇଦା ନେଇ ତାଙ୍କ ପଛରେ ଠିଆ ହୋଇଥିବା ଦୁଇ ଲୁଟେରା ତାଙ୍କ ପାସୱାର୍ଡକୁ ଦେଖି ସିଧାସଳଖ ତାଙ୍କ ଏଟିଏମ କାର୍ଡକୁ ଆଖି ପିଛୁଳାକେ ବଦଳାଇଥିଲେ । ଯାହା ପରେ ଅନ୍ୟ ଏଟିଏମକୁ ଯାଇ ସେଠାରୁ ୪୦ହଜାର ଉଠାଇ ଫେରାର ହୋଇଯାଇଛନ୍ତି ।










