18.1 C
Bhubaneswar
Monday, January 12, 2026
Homeଓଡିଶାବନ୍ଧୁକ ମୁନରେ ଲୁଟିନେଲେ ଦୁର୍ବୃତ୍ତ

ବନ୍ଧୁକ ମୁନରେ ଲୁଟିନେଲେ ଦୁର୍ବୃତ୍ତ

ଗଞ୍ଜାମ: ବନ୍ଧୁକ ମୁନରେ ଲୁଟିନେଲେ ଦୁର୍ବୃତ୍ତ। ନେଇଗଲେ ବିପୁଳ ପରିମାଣର ରୁପା ଅଳଙ୍କାର। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମହାନପଲ୍ଲୀ ଛକ ନିକଟରେ ଜଣେ ବ୍ୟବସାୟୀଙ୍କ ଠାରୁ ବିପୁଳ ପରିମାଣର ରୁପା ଅଳଙ୍କାର ଲୁଟ ହୋଇଛି। ବ୍ୟବସାୟୀ ଜଣକ ହେଲେ ପୁରୁଷୋତ୍ତମପୁର ଅଞ୍ଚଳର ବେଲା ସେନାପତି। ସୂଚନା ଅନୁସାରେ, ସେ ସୋମବାର ଗୋଟିଏ ବାଇକରେ ୧୫ କେଜି ଓଜନର ବିଭିନ୍ନ ପ୍ରକାର ରୁପା ଅଳଙ୍କାର ନେଇ ମହନାପଲ୍ଲୀ ଗ୍ରାମକୁ ବ୍ୟବସାୟ ପାଇଁ ଯାଉଥିଲେ। ଠିକ୍ ଏହି ସମୟରେ ରାସ୍ତାରେ ତିନିଜଣ ଯୁବକ ଗୋଟିଏ ବାଇକରେ ତାଙ୍କୁ ପିଛାକରିଥିଲେ। ମାନପଲ୍ଲୀ ଛକ ନିକଟରେ ତାଙ୍କ ବାଇକକୁ ଅଟକାଇବା ମାଉଜର ଦେଖାଇ ଆକ୍ରମଣ କରିବା ସହ ତାଙ୍କଠାରୁ ରୁପା ଅଳଙ୍କାର ଲୁଟ କରି ଚମ୍ପଟ ମାରିଥିଲେ। ଘଟଣା ନେଇ ବ୍ୟବସାୟୀ କବିସୂର୍ଯ୍ୟନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଲୁଟ୍‌ରେ ସମ୍ପୃକ୍ତ ଯୁବକମାନେ କିଏ ତାହାର ଯାଞ୍ଚ କରୁଛି ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking