ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଂଚଳରେ ଚୋରିରେ ଲାଗୁନି ବ୍ରେକ୍ । କବାଟ ତାଡ଼ି ଲୁଟିନେଲେ ଟଙ୍କା ସୁନା । ଖଲ୍ଲିକୋଟ ଥାନା ବାକୁଟ ଗାଁର ବୁଲା ପଲେଇଙ୍କ ଘରୁ ଗତକାଲି ରାତିରେ କଳାକନା ବୁଲାଇଛନ୍ତି ଲୁଟେରା । ୨୦ ଗ୍ରାମ ସୁନା, ୫୦ଗ୍ରାମ ରୂପା, ଏକ ୟୁନିକର୍ଣ୍ଣ ବାଇକ ଓ ୧୨ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ସୂଚନା ଅନୁସାରେ ଗୋଟିଏ ମାସ ଭିତରେ ଖଲ୍ଲିକୋଟ ଅଞ୍ଚଳରେ ୭ଟି ଘରୁ ଚୋରି ହେଲାଣି ।