ବାଲେଶ୍ୱର:ବାଇକ ଡିକି ଭାଙ୍ଗି ୧ ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଲେ ଦୁବୁର୍ତ୍ତ। ସିସିଟିଭିରେ କଏଦ ହେଲା ଲୁଟ ସମୟର ଭିଡିଓ । ସୁଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସିଂଲା ଥାନା କରୁଆ ଗ୍ରାମର ଦୟାନୀଧି ପାତ୍ର ଗତକାଲି ଅପରାହ୍ନରେ ବସ୍ତା ସ୍ଥିତ ବାଲେଶ୍ୱର-ଭଦ୍ରକ କୋ-ଅପରେଟିଭ ବ୍ୟାଙ୍କରୁ ଏକ ଲକ୍ଷ ଚାଳିଶ ହଜାର ଟଙ୍କା ଉଠାଇ ବାଇକ ଡିକିରେ ରଖି ଘରକୁ ଫେରୁଥିଲେ । ଗାନ୍ଧୀଛକ ହିରୋ ସ୍ୱାରୁମ ସାମ୍ନାରେ ବାଇକ ରଖି କିଛି ବାଇକ ପାର୍ଟସ୍ କିଣିବା ପାଇଁ ଭିତରକୁ ଯାଇଥିଲେ। ଏହାର ସୁଯୋଗ ନେଇ ଦୁବୁର୍ତ୍ତମାନେ ବାଇକ ଡିକି ଭାଙ୍ଗି ସମସ୍ତ ଟଙ୍କା ଏବଂ ଡିକିରେ ଥିବା ଜରୁରୀ କାଗଜପତ୍ର ଲୁଟି ନେଇଛନ୍ତି । ସୋ ରୁମରେ ଲାଗିଥିବା ସିସିଟିଭିରେ ଏ ସବୁ ଦୃଶ୍ୟ କଏଦ ହୋଇଛି । ଏନେଇ ଦୟାନିଧୀ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତ ଜାରି ରଖିଛି ।









