21.1 C
Bhubaneswar
Thursday, February 5, 2026
Homeଓଡିଶାପୋଷ୍ଟ ଅଫିସରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ପୋଷ୍ଟ ଅଫିସରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଭୁବନେଶ୍ବର: ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ ସତ୍ୟବାଦୀ ଥାନାକୁ ଲାଗି ରହିଥିବା ସାକ୍ଷୀଗୋପାଳ ଉପଡାକଘରୁ ବୁଧବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି। କବାଟ କବଜା ତାଡ଼ି ଲୁଟେରା ଅଫିସ ଭିତରେ ପଶି ସିସିଟିଭି ହାର୍ଡଡିକ୍ସ ଭାଙ୍ଗି ନଷ୍ଟ କରିଦେଇଥିଲେ। ଏପରିକି ଅନଲାଇନ୍‌ କ୍ୟାମେରା ସଂଯୋଗ ଚ୍ଛିନ୍ନ କରିବା ପରେ ଗ୍ୟାସ୍‌ କଟର ସାହାଯ୍ୟରେ ଟ୍ରେଜେରି କାଟି ସେଥିମଧ୍ୟରୁ ଲକ୍ଷାଧିକ ଟଙ୍କା ଲୁଟି ନେବାରେ ସକ୍ଷମ ହୋଇଛନ୍ତି। ପ୍ରଥମେ ଝାଡୁଦାର ସଫେଇ କରିବାକୁ ଆସି କବାଟ ଭଙ୍ଗା ଯାଇଥିବା ଦେଖି ପୋଷ୍ଟମାଷ୍ଟରଙ୍କୁ ଖବର ଦେଇଥିଲେ। ପୋଷ୍ଟ ମାଷ୍ଟର ପର୍ଶୁରାମ ଜେନା ଅଫିସରେ ପହଞ୍ଚି ସତ୍ୟବାଦୀ ଥାନାକୁ ଖବର ଦେଇଥିଲେ। ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking