14.1 C
Bhubaneswar
Monday, January 12, 2026
Homeଓଡିଶାବ୍ୟାଙ୍କରୁ ଲୁଟିଲେ :  ନିଆଁ ଲଗାଇ ଛୁ ମାରିଲେ ଦୁର୍ବୃତ୍ତ  

ବ୍ୟାଙ୍କରୁ ଲୁଟିଲେ :  ନିଆଁ ଲଗାଇ ଛୁ ମାରିଲେ ଦୁର୍ବୃତ୍ତ  

ବାଲେଶ୍ୱର: ବ୍ୟାଙ୍କରୁ ଲୁଟ ପରେ  ବ୍ୟାଙ୍କରେ  ନିଆଁ ଲଗାଇ ଦେଲା ଦୁର୍ବୃତ୍ତ।  ବାଲେଶ୍ୱର ଜିଲ୍ଲା  ସିମୁଳିଆ  ଥାନା ଅନ୍ତର୍ଗତ  ବାଲିଖଣ୍ଡ ବଜାରରେ  ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ଏଭଳି ଘଟଣା ଘଟିଛି । ଗତକାଲି ରାତିରେ ଲୁଟେରାମାନେ ଗ୍ରୀଲ କାଟି ବ୍ୟାଙ୍କ ଭିତରେ ପଶି ଥିଲେ। ପରେ ବ୍ୟାଙ୍କରେ ପଶି ଲୁଟ୍ କରି ଲକରରେ ନିଆଁ ଲଗାଇ ଦେଇ ଚମ୍ପଟ ମାରିଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ବ୍ୟାଙ୍କରୁ ଧୂଆଁ ବାହୁରୁଥିବା ଦେଖି ବ୍ୟାଙ୍କ ଅଧିକାରୀଙ୍କୁ ଜଣାଇଥିଲେ। ଏଥିସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ପ୍ରବଳ ଧୂଆଁ ବାହାରୁଥିବାରୁ ନିଆଁ ଲିଭାଇବା  ପାଇଁ ଅଗ୍ନିଶମ ବାହିନୀ ପାଇଁ କଷ୍ଟକର ହୋଇପଡ଼ିଛି।  ସିମୁଳିଆ ପୁଲିସ ଘଟଣାସ୍ଥଳରେ ମଧ୍ୟ ଉପସ୍ଥିତ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking