31.1 C
Bhubaneswar
Wednesday, March 25, 2026
Homeଓଡିଶାରନ୍ଧନ ଗ୍ୟାସ ପାଇଁ ରାସ୍ତାରୋକ

ରନ୍ଧନ ଗ୍ୟାସ ପାଇଁ ରାସ୍ତାରୋକ

ସୁନ୍ଦରଗଡ: ରନ୍ଧନ ଗ୍ୟାସ ପାଇଁ ରାସ୍ତାରୋକ । ସୁନ୍ଦରଗଡ ସହରରେ ଏପରି ସ୍ଥିତି ଦେଖିବାକୁ ମିଳିଛି । ସୁନ୍ଦରଗଡ ସହର ବାଇପାସ ରାସ୍ତାରେ ଥିବା ଇଣ୍ଡେନ ଗ୍ୟାସ ଗୋଦାମ ନିକଟରେ ରାସ୍ତାରେ ସିଲିଣ୍ଡର ରଖି ଲୋକ ରାସ୍ତା ଅବରୋଧ କରିଛନ୍ତି । ଲୋକଙ୍କ କହିବା କଥା ଯେ ଗତ ୪ ଦିନ ହେଲା ଗ୍ୟାସ ମିଳୁନାହିଁ । ପ୍ରତିଦିନ ପାହାନ୍ତିଆ ସମୟରୁ ଆସି ଲୋକେ ଗ୍ୟାସ ପାଇଁ ଅପେକ୍ଷା କରୁଛନ୍ତି । ପ୍ରତିଦିନ ଖାଲି ହାତରେ ଫେରିବା ଯୋଗୁଁ ଆଜି ଅସନ୍ତୋଷ ପ୍ରକାଶ ପାଇବା ସହ ଉତ୍ୟକ୍ତ ଲୋକେ ୧୦ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ଉଭୟ ପାର୍ଶର୍ରେ ଶହ ଶହ ଗାଡି ଅଟକି ରହିଛନ୍ତି । ଗ୍ୟାଶ ନ ମିଳିବା ଯାଏଁ ରାସ୍ତାରୋକରୁ ହଟିବୁ ନାହିଁ ବୋଲି କହିଛନ୍ତି ଖାଉଟି । ସ୍ଥିତି ଏମିତି ଯେ ଘରେ ଆଉ ଗ୍ୟାସ ଚୁଲି ବନ୍ଦ ହୋଇଯାଇଛି ।ଖବର ପାଇ ପୋଲିସ ପହଞ୍ଚି ଗୋଟିଏ ପାଶ୍ୱର୍ ରାସ୍ତା କାଲି କରିଥିଲେ । କିନ୍ତୁ ଲୋକେ ପୁଣି ସେ ରାସ୍ତାରେ ଗ୍ୟାସ ସିଲିଣ୍ଡର ରଖି ବସି ଯାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking