ଭୁବନେଶ୍ୱର: ୨୦୨୭ ସୁଦ୍ଧା ଦେଢ ଶହ ଲୋକ ଥିବା ଗାଁକୁ ହେବ ରାସ୍ତା । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ୩ ମାସରେ ଶତ ପ୍ରତିଶତ ବଜେଟ ଖର୍ଚ୍ଚ କରାଯିବ । ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ପରେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୭ ସୁଦ୍ଧା ୭୫ ହଜାରରୁ ଉର୍ଦ୍ଧ୍ୱ ରାସ୍ତା ନିର୍ମାଣ ଲକ୍ଷ୍ୟ ରହିଛି ରହିଛି । ଏବେ ୩୦ ହଜାରରୁ ଅଧିକ ରାସ୍ତା ନିର୍ମାଣ ସରିଛି । ସମୟ ସୀମା ମଧ୍ୟରେ ସବୁ କାମ ସାରିବାକୁ ଦିଆଯାଇଛି ଟାର୍ଗେଟ । ଏବେ ୫୩ ପ୍ରତିଶତ ବଜେଟ୍ ଖର୍ଚ୍ଚ ସରିଛି, ୩ ମାସରେ ୧୦୦ ପ୍ରତିଶତ ଖର୍ଚ୍ଚ ସରିବ । ଗତ ସରକାରରେ ୯୨ଟି ବ୍ରିଜ୍କୁ ଆପ୍ରଚ୍ ରୋଡ୍ ନଥିଲା । ବର୍ତ୍ତମାନ ସୁଦ୍ଧା ୫୦ଟି ବ୍ରିଜ୍ ପାଇଁ ଜମି ଅଧିଗ୍ରହଣ ସରିଲାଣି ।










