34.1 C
Bhubaneswar
Tuesday, March 24, 2026
Homeଓଡିଶାଯାଜପୁର ଜିଲ୍ଲାରେ ସଡ଼କ ସୁରକ୍ଷା ମାସ ପାଳନ 

ଯାଜପୁର ଜିଲ୍ଲାରେ ସଡ଼କ ସୁରକ୍ଷା ମାସ ପାଳନ 

ଯାଜପୁର :ଯାଜପୁର ଜିଲ୍ଲାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜାନୁୟାରୀ ୧ ତାରିଖରୁ ୧ ମାସ ଧରି ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ଏହି ଉପଲକ୍ଷେ ଆଜି ସକାଳେ ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ସଡ଼କ ସୁରକ୍ଷା ପରିବାର ରକ୍ଷା ସମ୍ପର୍କିତ ଏକ ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲାବାସୀ ଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇ ଜନସାଧାରଣ ସଚେତନ ହୋଇ ଗାଡ଼ି ଚଳାଇବାକୁ ପରାମର୍ଶ ଦେଇଥିଲେ। ସଚେତନ ହୋଇ ଗାଡ଼ି ଚାଳନା କରି ନିଜେ ସୁରକ୍ଷିତ ରହି ପରିବାରକୁ ସୁରକ୍ଷିତ ରଖିବାକୁ କହିଥିଲେ। ମଦ୍ୟପାନ କରି ରାସ୍ତାରେ ଗାଡି ନଚଳାଇବା, ଦୁଇ ଚକିଆ ଯାନ ଚଳାଇବା ବେଳେ ହେଲମେଟ ପରିଧାନ କରିବା, ଚାରିଚକିଆ ଯାନରେ ସିଟ୍ ବେଲଟ୍ ପିନ୍ଧିବା, ଟ୍ରାଫିକ ନିୟମ ମାନିବା, ବାମ ପାଖରେ ଓଭରଟେକ୍ ନକରିବା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯିବ। ଏହି ସଚେତନତା ରଥ ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ଏବଂ ପ୍ରମୁଖ ଅଞ୍ଚଳରେ ବୁଲି ଜନ ସଚେତନତା ସୃଷ୍ଟି କରିବ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଯାଜପୁର ଆଞ୍ଚଳିକ ପରିବହନ ଅଧିକାରୀ ନୀଳକଣ୍ଠ ପ୍ରଧାନ କହିଲେ ବିନା ହେଲମେଟରେ ଟାଙ୍କିରେ ପେଟ୍ରୋଲ ଯୋଗାଣ ନକରିବାକୁ ଜିଲ୍ଲାର ସମସ୍ତ ପେଟ୍ରୋଲ ଟାଙ୍କି ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ମୋଟର ଯାନ ନିରୀକ୍ଷକ ଦୀପକ କୁମାର ସେଠୀ, ଜୁନିଅର ଏସ.ଭି.ଆଇ ପ୍ରଦୀପ୍ତ କିଶୋର ବେହେରା, ରାଜେଶ ମଙ୍ଗରାଜ, ସୌମ୍ୟରଞ୍ଜନ ପତି, ଏସ.ପି.ଓ ଅଶୋକ ବଳ ପ୍ରମୁଖ ଉପସ୍ଥିତ ଥିଲେ। ସ୍କାଉଟ ଓ ଗାଇଡ ଛାତ୍ର ଛାତ୍ରୀ ପ୍ଲା କାର୍ଡ ଧରି ଶୋଭାଯାତ୍ରାରେ ଭାଗ ନେଇଥିଲେ। ଅନ୍ୱେଷଣ ଥିଏଟର ଗ୍ରୁପ ଓ ସୁରକ୍ଷା ମହିଳା ସ୍ୱେଚ୍ଛାସେବୀ ଅନୁଷ୍ଠାନର କଳାକାରମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking