21.1 C
Bhubaneswar
Sunday, December 7, 2025
Homeଓଡିଶାରାଜଧାନୀରେ ଆଜିଠୁ ରୋଡ କଂଗ୍ରେସର ମହାକୁମ୍ଭ

ରାଜଧାନୀରେ ଆଜିଠୁ ରୋଡ କଂଗ୍ରେସର ମହାକୁମ୍ଭ

ଭୁବନେଶ୍ୱର: ରାଜଧାନୀରେ ଆଜିଠୁ ଆରମ୍ଭ ହେବ ରୋଡ କଂଗ୍ରେସର ମହାକୁମ୍ଭ । ଦୀର୍ଘ ବର୍ଷ ପରେ ଓଡିଶା ୮୪ତମ ଜାତୀୟ ରୋଡ କଂଗ୍ରେସର ଆୟୋଜକ ସାଜିଛି । କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକାରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଅଧିକାରୀ , ବିଶେଷଜ୍ଞ, ଇଞ୍ଜିନିୟର ଗୋଟିଏ ମଞ୍ଚରେ ବସି ସଡକ ଭିତ୍ତିଭୂମି ନେଇ ମାନସ ମନ୍ଥନ କରିବେ । ସାଢେ ୩ ହଜାରରୁ ଅଧିକ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ନଭେମ୍ବର ୬ରୁ ୧୦ ତାରିଖ ଯାଏଁ ସଡକ ପରିବହନ ସଂକ୍ରାନ୍ତରେ ପର୍ଯ୍ୟାୟକ୍ରମେ ଆଲୋଚନା ହେବ । ଆଜି ବୈଷୟିକ ପ୍ରଦର୍ଶନୀ, ୭ରେ ରୋଡ୍‌ କଂଗ୍ରେସର ପରିଷଦ ବୈଠକ, ୮ରେ ରାଜପଥ ଗବେଷଣା ବୋର୍ଡ ବୈଠକ,୯ରେ ବ୍ୟାବସାୟିକ ବୈଠକ, ୧୦ ତାରିଖରେ ଉଦ୍‌ଯାପନୀ ଉତ୍ସବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking