21.1 C
Bhubaneswar
Wednesday, February 4, 2026
Homeଓଡିଶାପାଣି ପାଇଁ ଗରା–ବାଲ୍ଟି ରଖି ରାସ୍ତା ଅବରୋଧ

ପାଣି ପାଇଁ ଗରା–ବାଲ୍ଟି ରଖି ରାସ୍ତା ଅବରୋଧ

ମୟୁରଭଞ୍ଜ: ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପାଇପ ପଡ଼ିଛି, ଓଭାର ହେଡ ଟାଙ୍କିି ବି ନିର୍ମାଣ ହୋଇଛି, କିନ୍ତୁ ପାନୀୟଜଳ ନ ପାଇ ହନ୍ତସନ୍ତ ଗ୍ରାମବାସୀ। ବିଭିନ୍ନ ସମୟରେ ପାନୀୟଜଳ ସମସ୍ୟା ସମ୍ପର୍କରେ ପଞ୍ଚାୟତ ଠୁ ବ୍ଲକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ତୁରନ୍ତ ସମାଧାନର ପ୍ରତିଶ୍ରୁତି ମିଳେ । ହେଲେ ଆଜି ପର୍ଯ୍ୟନ୍ତ ପିଇବା ପାଣି ସମସ୍ୟା ସମାଧାନ ହୋଇ ପାରିଲା ନାହିଁ କି ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ଶୋଷ ମେଣ୍ଟାଇ ପାରିଲା ନାହିଁ। ଏହାର ପ୍ରତିବାଦରେ ଅତିଷ୍ଠ ଅଞ୍ଚଳବାସୀ ଆଜି ରାସ୍ତା ଅବରୋଧ କରି ଦାବି ଦୋହରାଇ ଥିବା ଦେଖିବାକୁ ମିଳିଛି। ଆଜିକୁ ଚାରିବର୍ଷ ହେବ, ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ କୋହି ପଞ୍ଚାୟତ ରାଇଡିହା ଗ୍ରାମରେ ଗମ୍ଭୀର ପିଇବା ପାଣି ସମସ୍ୟା ଦେଖାଦେଇଛି। ଗାଁରେ ଓଭରହେଡ ପାଣିଟାଙ୍କି ନିର୍ମାଣ ହୋଇଥିଲେ ବି, ପାଇପ ସଂଯୋଗ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନଥିବାକାରଣରୁ ଗ୍ରାମବାସୀମାନେ ପାଣି ପାଇଁ ଦିନକୁଦିନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ ଦାୟିତ୍ୱବାହୀ ଅଧିକାରୀଙ୍କୁ ଜଣାଇଥିଲେ ବି କୌଣସି ସ୍ଥାୟୀ ସମାଧାନ ନ ମିଳିବାରୁ ଆଜି ଉତକ୍ଷିପ୍ତ ହୋଇ ଗ୍ରାମବାସୀମାନେ ବାରମାଇଲ–ଗଡିଆ ମୁଖ୍ୟରାସ୍ତା ଉପରେ ଗରା ଓ ବାଲ୍ଟି ରଖି ଦୁଇଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ରାସ୍ତା ଅବରୋଧ କରିଥିଲେ।ଉକ୍ତ ରାସ୍ତା ଅବରୋଧ ଫଳରେ ବହୁ ସମୟ ଧରି ଯାତାୟାତ ସଂପୂର୍ଣ୍ଣ ଠପ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଖବରପାଇ ଘଟଣାସ୍ଥଳରେ ମୋରଡା ପୋଲିସ, ବିଭାଗୀୟ ଯନ୍ତ୍ରୀ ଏବଂ ସଂପୃକ୍ତ ଠିକାଦାର ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ।ଠିକାଦାରଙ୍କ କହିବା ଅନୁସାରେ, ଜଲଜୀବନ ମିଶନ ଯୋଜନା ଅଧୀନରେ ହେଉଥିବା ଓଭରହେଡ ପାଣିଟାଙ୍କି କାମ ଚାଲୁଥିଲେ ବି ବିଲ ମିଳିନଥିବାରୁ ଅର୍ଥାଭାବ ହେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନଥିଲା। ତେବେ ସାତଦିନ ମଧ୍ୟରେ ପାଣି ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ କରିବାର ପ୍ରତିଶୃତି ଦିଆଯିବା ପରେ ଗ୍ରାମବାସୀମାନେ ରାସ୍ତା ଅବରୋଧରୁ ଅହରି ଯାଇଥିଲେ।ତେବେ ଦେଖିବାକୁ ବାକି ରହିଲା ସାତ ଦିନ ମଧ୍ୟରେ ରାଇଡିହା ଗ୍ରାମବାସୀ ଘରେ ସଂଯୋଗ ହୋଇଥିବା ନଳରୁ ପାଣି ବାହାରୁଛି କି ନା ? ଅନ୍ୟପଟେ କେବଳ ପରିସ୍ଥିତିରୁ ମୁକୁଳିବା ପାଇଁ ପ୍ରତିଶ୍ରୁତିର ବାହାନା ଆଳରେ ପୁଣି ନିରୀହ ଲୋକଙ୍କୁ ଭଣ୍ଡାଉଛନ୍ତି ଦେଖିବାକୁ ବାକି ରହିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking