28.1 C
Bhubaneswar
Friday, September 20, 2024
Homeଓଡିଶାସଡକ ଦୁର୍ଘଟଣା : ୨ ମୃତ

ସଡକ ଦୁର୍ଘଟଣା : ୨ ମୃତ

ଆସିକା : ହିଞ୍ଜିଳି ଥାନା ପିତ୍ତଳ ଛକରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଓଭରଟେକ୍ କରିବାକୁ ଯାଇ ଟ୍ରକ ସହ ଧକ୍କା ହୋଇଥିଲା ପିକଅପ୍ । ଦୁର୍ଘଟଣାରେ ଯୋଗୁ ପିକଅପରେ ଥିବା ଦୁଇ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ଡ୍ରାଇଭର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ତେବେ ୨ ଜଣ ମୃତକ ଧରାକୋଟ ଥାନା ସୁନ୍ଦରାପଲ୍ଲୀ ଗାଁର ସୁମନ୍ତ ଗନ୍ତାୟତ ଏବଂ ଅଜିତ ବାଡ଼ତ୍ୟା ବୋଲି ସୂତ୍ରରୁ ପ୍ରକାଶ । ପରିବା ବୋଝେଇ ପିକଅପ୍ ଭ୍ୟାନ୍ ଭଣ୍ଡାରୀବସାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking