23.1 C
Bhubaneswar
Monday, February 9, 2026
Homeଓଡିଶାମା' ବୈଷ୍ଣୋଦେବୀଙ୍କ ଦର୍ଶନ କରିବାକୁ ଯାଇ ସଡ଼କ ଦୁର୍ଘଟଣାର ଶିକାର: ଆହତ ତୀର୍ଥଯାତ୍ରୀଙ୍କୁ ସମସ୍ତ...

ମା’ ବୈଷ୍ଣୋଦେବୀଙ୍କ ଦର୍ଶନ କରିବାକୁ ଯାଇ ସଡ଼କ ଦୁର୍ଘଟଣାର ଶିକାର: ଆହତ ତୀର୍ଥଯାତ୍ରୀଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ

ଭୁବନେଶ୍ୱର: ଜାମ୍ମୁ-କାଶ୍ମୀର ସ୍ଥିତ ମା’ ବୈଷ୍ଣୋଦେବୀଙ୍କ ଦର୍ଶନ କରିବାକୁ ଯାଇଥିବାବେଳେ ୪ଜଣ ଓଡ଼ିଆ ତୀର୍ଥଯାତ୍ରୀ ଜାମ୍ମୁର କାତ୍ରାଠାରେ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେଥିମଧ୍ୟରୁ ୩ ଜଣ ଓଡ଼ିଆ ତୀର୍ଥଯାତ୍ରୀ ମୃତ୍ୟୁବରଣ କରିଛନ୍ତି। ମୃତ ତୀର୍ଥଯାତ୍ରୀ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ବିଚିତ୍ର କୁମାର ସାହୁ, ଯୋଗୀନ୍ଦ୍ର ମଟାରୀ ଏବଂ କବିତା ସାହୁ। ଚତୁର୍ଥ ତୀର୍ଥଯାତ୍ରୀ ସୁବର୍ଣ୍ଣପୁର ଜିଲ୍ଲାର ସ୍ନେହଲତା ମଟାରୀ ଯେ କି ଗୁରୁତର ଭାବେ ଆହତ ହୋଇ ଜାମ୍ମୁ ସ୍ଥିତ ଏକ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ସରକାରଙ୍କ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ମୃତ୍ୟୁବରଣ କରିଥିବା ୩ଜଣ ତୀର୍ଥଯାତ୍ରୀଙ୍କ ମୃତ ଶରୀରକୁ ଓଡ଼ିଶାକୁ ଫେରାଇଆଣିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିସହ ଜାମ୍ମୁରେ ଚିକିତ୍ସିତ ହେଉଥିବା ଆହତ ତୀର୍ଥଯାତ୍ରୀଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking