25.1 C
Bhubaneswar
Thursday, February 26, 2026
Homeଓଡିଶାସଡକ ଦୁର୍ଘଟଣା: ଜାତୀୟ ରାଜପଥ ଜାମ

ସଡକ ଦୁର୍ଘଟଣା: ଜାତୀୟ ରାଜପଥ ଜାମ

ଭଦ୍ରକ: ଗତକାଲି ରାତିରେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଏକ ଟ୍ରକ୍ ଏବଂ ଟାଟା ଏସ ମଧ୍ୟରେ ଦୁର୍ଘଟଣା ଘଟି ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଭଦ୍ରକ ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ମୈତାପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।ମିଳିଥିବା ସୂଚନା ଅନୁଯାୟୀ, ଡମ୍ପର ଟ୍ରକଟି ହଠାତ୍ ବ୍ରେକ୍ ଦେବା ପରେ ଏକ ଦ୍ରୁତଗାମୀ ଟାଟା ଏସ ଗାଡ଼ି ନିୟନ୍ତ୍ରଣ ହରାଇ ପଛ ପାର୍ଶ୍ୱରୁ ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳସ୍ୱରୂପ, ଡ୍ରାଇଭରଙ୍କ ଘଟଣାସ୍ଥଳରେ ହିଁ ଚାପି ହୋଇ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ।ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ   ଦୀର୍ଘ ୭ ଘଣ୍ଟା ଧରି ୧୬ ନମ୍ବର ଜାତୀୟ ରାଜପଥ ଜାମ ରହିଥିଲା ।   ୧୬ ନମ୍ବର ଜାତୀୟ ରାଜପଥରେ ଭଦ୍ରକରୁ ବାଲେଶ୍ବର ଯାଉଥିବା ଦୀର୍ଘ କିଲୋମିଟର ପର୍ଯ୍ୟନ୍ତ ଗାଡ଼ି ଅଟକ ରହିଛି । ଗତକାଲି ରାତି ୧୧ଟାରୁ ଠିଆ ହୋଇଛି ଗାଡ଼ି । ଜାତୀୟ ରାଜପଥରେ ବାଲେଶ୍ଵର ଏବଂ କୋଲକାତା ଅଭିମୁଖେ ଯାନ ବାହନ ଦୀର୍ଘ ଘଣ୍ଟା ଧରି ସମ୍ପୂର୍ଣ୍ଣ ବନ୍ଦ । ୧୬ ନମ୍ବର ଜାତୀୟ ରାଜପଥର ଧାମର ରେଳ ଓଭରବ୍ରୀଜ ତଳେ ଟ୍ରକଟି ବ୍ରେକ ଡାଉନ ହୋଇଛି । ସେହି ନିକଟରେ ଜାତୀୟରାଜପଥ ମରାମତି କାମ ଚାଲୁଥିବାରୁ ଗାଡି ଚଳାଚଳ ଵାଧାପ୍ରାପ୍ତ ହୋଇଛି । ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍ ପହଞ୍ଚି ରାସ୍ତା ସଫା କରିବା ପାଇଁ ଚେଷ୍ଟା ଜାରି ରଖିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking