25.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶସଡକ ଦୁର୍ଘଟଣା: କାର- ସ୍କୁଟର ଧକ୍କା , ୪ମୃତ

ସଡକ ଦୁର୍ଘଟଣା: କାର- ସ୍କୁଟର ଧକ୍କା , ୪ମୃତ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଉତ୍ତରାଖଣ୍ଡର ଡେରାଡୁନରେ ଏକ ଦ୍ରୁତଗାମୀ ମର୍ସିଡିଜ୍ କାର   ମର୍ମନ୍ତୁଦ ଦୁର୍ଘଟଣା ଘଟାଇଛି । ଯେଉଁଥିରେ ବୁଧବାର ଦିନ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଥିବା ଜଣାପଡ଼ିଛି । ମସୁରୀରୁ ଡେରାଡୁନ ଅଭିମୁଖେ ଆସୁଥିବା କାରଟି ସ୍କୁଟର ଆରୋହୀଙ୍କୁ ଧକ୍କା ଦେ ଚାରି ଜଣଙ୍କ ଉପରେ ଚଢ଼ିଯିବା ଫଳରେ ଦୁର୍ଘଟଣା ଘଟିଥିଲା ।

ଦୁର୍ଘଟଣା ରାଜପୁର ରୋଡର ସାଇ ମନ୍ଦିର ନିକଟରେ ଘଟିଥିବା ଜଣାପଡ଼ିଛି। ଘଟଣା ସମୟରେ କାରରେ ପ୍ରାୟ ଚାରିରୁ ପାଞ୍ଚ ଜଣ ଲୋକ ଥିବା ରିପୋର୍ଟ ରହିଛି। ସେଠାରେ ଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ କାରଟି ଦ୍ରୁତ ଗତିରେ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ପଥଚାରୀଙ୍କ ଉପରେ ଚଢ଼ିଗଲା। ଧକ୍କା ଏତେ ଜୋରରେ ଥିଲା ଯେ ଘଟଣାସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା, ଅନ୍ୟ ଦୁଇଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନା ପାଇବା ମାତ୍ରେ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ନେଇଥିଲା ଏବଂ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ପୋଲିସ ଏବେ କାରକୁ ଠାବ କରିବା ସହ ଡ୍ରାଇଭରଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking