31.1 C
Bhubaneswar
Friday, February 13, 2026
Homeଓଡିଶାସଡକ ଦୁର୍ଘଟଣା : ବାଇକ ଚାଳକ ମୃତ

ସଡକ ଦୁର୍ଘଟଣା : ବାଇକ ଚାଳକ ମୃତ

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ସଦର ମିନିଷ୍ଟାଡିୟମ ନିକଟସ୍ଥ ୩୨୬ ନମ୍ବର ଜାତୀୟ ରାଜପଥରେ ଘଟିଛି ସଡକ ଦୁର୍ଘଟଣା । ହାଇୱା ଓ ବାଇକ୍‌ ମଧ୍ୟରେ ଧକ୍କା ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ବାଇକ ରେ ବସି ଥିବା ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ପ୍ରଥମେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରି ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ଜିଲ୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଲକ୍ଷ୍ମୀପୁର ପୁଲିସ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଗୁରୁତରଙ୍କ ପାଇଁ ଆମ୍ବୁଲାନ୍ସ ର ବ୍ୟବସ୍ଥା କରି ସ୍ଥାନାନ୍ତର କରିଛି ମୃତକ ହେଲେ ପିପଳପଦର ପଞ୍ଚାୟତ ଅନ୍ତର୍ଗତ ବାରିଗାଁର ସାଇବ କଲେସିକା। ଗୁରୁତର ଆହତ ଦୁହେଁ ହେଲେ ପାଣ୍ଡକାପଦର ଗ୍ରାମର ସନ୍ତୋଷ ୱାଡେକା ଓ କୁଟିଙ୍ଗ୍ ଗୁଡ଼ା ଗ୍ରାମର ମଙ୍ଗରାଜ ମାଣ୍ଡିଙ୍ଗା ବୋଲି ଜଣା ପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking