27.1 C
Bhubaneswar
Sunday, June 30, 2024
Homeଓଡିଶାସଡକ ଦୁର୍ଘଟଣା : ବାଇକ ଆରୋହୀ ମୃତ

ସଡକ ଦୁର୍ଘଟଣା : ବାଇକ ଆରୋହୀ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳରେ ଥିବା କରଞ୍ଜିଆ ରାସ୍ତା ନାକଝରି ବାଙ୍କ ନିକଟରେ ବାଇକ୍‌କୁ ଧକ୍କା ଦେଲା ବୋଲେରୋ । ଫଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହେବା ସହିତ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଦୁଇ ଜଣ ଲୋକ ବାଇକ ସାହାଯ୍ୟରେ ସାତକୋଶିଆ ବଜାରକୁ ଯାଉଥିଲେ । ଏହି ସମୟରେ ଅନ୍ୟପଟୁ ଆସୁଥିବା ବୋଲରୋ ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ଦୁର୍ଘଟଣା ଘଟିଛି । ଆହତ ଓ ମୃତକଙ୍କ ପରିଚୟ ମିଳିଛି । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଖବର ପାଇ, ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking