27.1 C
Bhubaneswar
Friday, December 19, 2025
Homeଦେଶ ବିଦେଶସଡକ ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ

ସଡକ ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ

ୱାଶିଂଟନ: ବୟସ ମାତ୍ର ୨୫ ବର୍ଷ ହୋଇଥିବା ବେଳେ ସଡକ ଦୁର୍ଘଟଣାରେ ଚାଲିଯାଇଛି ଛାତ୍ରଙ୍କ ଜୀବନ । ତେବେ ଆମେରିକାରେ ପଢୁଥିବା ଆନ୍ଧ୍ରର ପ୍ରାଣୀ ବିଜ୍ଞାନ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ଜେଟି ହରିକା । ଗତ ଜୁଲାଇ ୨୦ ତାରିଖରେ ଶନିବାର ଦିନ ଆମେରିକାର ଓକାଲୋମାରେ ଏକ କାର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ସ୍ନାତକୋତ୍ତର ଅଧ୍ୟୟନ ପାଇଁ ଦେଢ଼ ବର୍ଷ ପୂର୍ବେ ଆମେରିକା ଯାଇଥିବା ହରିକା। ଲୋଗାନର ହାଇୱେ ୭୪ ନିକଟରେ ଏକ ମଲ୍ଟି ଗାଡି ଦୁର୍ଘଟଣାରେ ଆହତ ହୋଇଥିବା ବେଳେ ପରେ ତାଙ୍କର ମୃତ୍ୟୁ ଘଟିଛି । ଓକାଲୋମା ହାଇୱେ ପେଟ୍ରୋଲ୍‌ ବା ଓଏଚପି କହିଛି ଯେ ଖରାପ ପାଗ ଯୋଗୁ ଡ୍ରାଇଭର ସେମାନଙ୍କ ଗାଡ଼ି ଉପରେ ନିୟନ୍ତ୍ରଣ ହରାଇବା ପରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଖବର ଉଭୟ ଆମେରିକା ଏବଂ ଆନ୍ଧ୍ରପ୍ରଦେଶର ତେଲୁଗୁ ସମ୍ପ୍ରଦାୟକୁ ଗଭୀର ଭାବେ ପ୍ରଭାବିତ କରିଛି। ଅନ୍ତିମ ରୀତିନୀତି ପାଇଁ ତାଙ୍କ ଶରୀରକୁ ଟେନାଲିକୁ ଫେରାଇ ଆଣିବା ପାଇଁ ହରିକାଙ୍କ ପରିବାର ଏବଂ ବନ୍ଧୁମାନେ ସରକାରଙ୍କ ସହାୟତା ଲୋଡିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking