28.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶସଡକ ଦୁର୍ଘଟଣା : ୫ ମୃତ

ସଡକ ଦୁର୍ଘଟଣା : ୫ ମୃତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଫଳରେ ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏହି ଦୁର୍ଘଟଣାକୁ ନେଇ ପୁଲିସ କହିଛନ୍ତି ଯେ, ମୃତ ପରିବାର ସରାୟରୁ ଏକ ବିବାହ ଭୋଜି ସାରି ଗୋଟିଏ ବାଇକରେ ଜୌନପୁରସ୍ଥିତ ନିଜ ଘରକୁ ଫେରୁଥି‌ଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଉକ୍ତ ବାଇକକୁ ଜୋରରେ ଧକ୍କା ଦେଇଥିଲା। ଏହି ଧକ୍କାରେ ବାଇକରେ ବସିଥିବା ୫ଜଣ ସଦସ୍ୟ ରାସ୍ତାକୁ ଛିଟିକି ପଡ଼ିଥିଲେ ଆଉ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତକଙ୍କ ମଧ୍ୟରେ ବିକାଶ, ସୁମ୍ମରି, ଦିୱାନା, ଲକ୍ଷ୍ମୀ ଓ ଏକ ଶିଶୁ ରହିଛନ୍ତି। ମୃତ ଶିଶୁ ଜଣକ ମାତ୍ର ୮ମାସ ହୋଇଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୫ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ‌ହେଁ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥି‌ଲେ। ଏହାପରେ ବିକାଶ, ସୁମ୍ମରି, ଦିୱାନା, ଲକ୍ଷ୍ମୀ ଓ ଜ‌ଣେ ଶିଶୁର ମୃତଦେହକୁ ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚ ପରେ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକଙ୍କୁ ଗିରଫ କରି ନେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking