ଖୋର୍ଦ୍ଧା: ଖୋର୍ଦ୍ଧାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ । ୫୭ ନମ୍ବର ଜାତୀୟ ରାଜପଥ ଆଦର୍ଶ ବିଦ୍ୟାଳୟ ନିକଟରେ ବସ ସହ କାରର ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ କାରରେ ଥିବା ଦମ୍ପତିଙ୍କ ମୃତ୍ୟୁ ହୋଇଛି । ବସ୍ଟି କାରକୁ ପିଟିବା ପରେ କାର ତଳେ ଚାପି ହୋଇ ରହିଯାଇଥିଲେ ସ୍ବାମୀ ଓ ସ୍ତ୍ରୀ । ଗାଡିକୁ ଓଲଟାଇ ଦମ୍ପତିଙ୍କ ମୃତଦେହ ବାହାର କରାଯାଇଛି । ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ପୁଲିସ ପହଞ୍ଚି ସ୍ଥିତି ଆୟତ କରିବାକୁ ଚେଷ୍ଟା ଚଳାଇଛି ।