24.1 C
Bhubaneswar
Friday, February 13, 2026
Homeଓଡିଶାସଡକ ଦୁର୍ଘଟଣା : ୩ ଆହତ

ସଡକ ଦୁର୍ଘଟଣା : ୩ ଆହତ

ଭୁବନେଶ୍ୱର : ଭୁବନେଶ୍ୱରରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ କାର୍ ଡିଭାଇଡରରେ ପିଟି ହୋଇ ରାସ୍ତା ଆର ପାଖରେ ଥିବା ୨ଟି ଗାଡ଼ିକୁ ଧକ୍କା ଦେଇ ଓଲଟି ପଡ଼ିଛି। ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ଜାଭିୟର ଛକରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କ ନାଁ ରାଜେନ୍ଦ୍ର ସେଠୀ। ଗତକାଲି ରାତି ପ୍ରାୟ ୧୧ଟାରେ ସମୟରେ କାରଟି ଦ୍ରୁତ ଗତିରେ ଆସି ପ୍ରଥମେ ଡିଭାଇଡରକୁ ଧକ୍କା ଦେଇ ଓଲଟି ପଡ଼ିଥିଲା।ସେହି ସମୟରେ ରାସ୍ତା ଆରପାଖରେ ଥିବା ଗୋଟିଏ ଗାଡିକୁ ଧକ୍କା ଦେଇଥିଲା ଦୁର୍ଘଟଣାଗ୍ରସ୍ତ କାର୍। ସେହି ଗାଡିଟି ଆଉ ଅନ୍ୟ ଏକ ଗାଡିକୁ ଧକ୍କା ଦେଇଥିଲା। ଏହିପରି ଭାବେ ୩ଟି ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାଯାଇଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking