28.1 C
Bhubaneswar
Monday, December 15, 2025
Homeଦେଶ ବିଦେଶସଡକ ଦୁର୍ଘଟଣା: କାର୍ ଧକ୍କାରେ ୨ ମୃତ

ସଡକ ଦୁର୍ଘଟଣା: କାର୍ ଧକ୍କାରେ ୨ ମୃତ

ନୂଆଦିଲ୍ଲୀ: ସୋମବାର ସକାଳେ ବାରବାଙ୍କୀ ଜିଲ୍ଲାର ଲକ୍ଷେ୍‌ନୌ- ଗୋଣ୍ଡା ଜାତୀୟ ରାଜପଥରେ ଏକ ଦ୍ରୁତଗାମୀ ଅଜଣା ଗାଡି ସେମାନଙ୍କ କାରକୁ ଧକ୍କା ଦେଇଥିଲା । ଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ଅଛନ୍ତି । ପୋଲିସର ସୂଚନା ଅନୁଯାୟୀ, ବାଇକରେ ମା,ପୁଅ କୌଣସି କାମ ପାଇଁ ଯାଉଥିଲେ , ସେହି ସମୟରେ କାରଟି ଦ୍ରୁତଗାମୀରେ ଆସି ବାଇକକୁ ଧକ୍କା ଦେଇଥିଲେ । ଧକ୍କା ଏତେ ଜୋର ଥିଲା ଯେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଆହତକୁ ମେଡିକାଲ ନିଆଯାଇଥିଲା । ଦୁର୍ଘଟଣା ପରେ ଲକ୍ଷ୍‌ନୌ- ଗୋଣ୍ଡା ଜାତୀୟ ରାଜପଥ ଅବରୋଧ କରିଥିଲେ ସ୍ଥାନୀୟ ଲୋକେ । ଏଥି ସହିତ ଯାତାୟତରେ ବାଧାପ୍ରାପ୍ତ ଉପୁଜିଥିଲା । ପୋଲିସ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି । ସିସିଟିଭି ଫୁଟେଜ ମାଧ୍ୟମରେ ଅଜଣାଗାଡିକୁ ଚିହ୍ନଟ କରାଯିବ ବୋଲି ପୋଲିସ କହିଛି । ଅନ୍ୟପଟେ ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି । ମୃତଦେହଗୁଡିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking