25.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶସଡ଼କ ଦୁର୍ଘଟଣା: ୨ ମୃତ

ସଡ଼କ ଦୁର୍ଘଟଣା: ୨ ମୃତ

ନୂଆଦିଲ୍ଲୀ: ଗୁରୁବାର ଦିନ ଉତ୍ତର ପ୍ରଦେଶର ବହରାଇଚ୍ ଜିଲ୍ଲାର ନାନପାରା-ବହରାଇଚ୍ ଜାତୀୟ ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାମ ୱାସିମ୍ ଅହମ୍ମଦ (୨୫) ଏବଂ ଗୁଲାମ ରସୁଲ୍ (୩୫)। ଦୁହେଁ ମୁମ୍ବାଇରେ କାମ କରୁଥିଲେ ଏବଂ ବକ୍ରିଦ୍ ଅବସରରେ ନିଜ ଗାଁକୁ ଆସିଥିଲେ।  ଆହତ ମୁଜିବ ସିଧୋରାର ବାସିନ୍ଦା, ଯାହାକୁ ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁବାର ସକାଳେ ମୁଜିବ ଡିହୱା ସମ୍ମୁଖ ମୁଖ୍ୟ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁଯାୟୀ, ତିନି ଜଣ ଯୁବକ ଏକ ମୋଟରସାଇକେଲରେ ବହରାଇଚ ଅଭିମୁଖେ ଯାଉଥିଲେ। ସେତେବେଳେ ଏକ ଅଜଣା ଗାଡ଼ି ଅସାବଧାନତାବଶତଃ ସେମାନଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲା। ଏହି ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।  ପୋଲିସ ଅଜଣା ଗାଡି ଖୋଜୁଛି ଏବଂ ଦୁର୍ଘଟଣାର କାରଣ ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking