28.1 C
Bhubaneswar
Monday, July 1, 2024
Homeଓଡିଶାସଡକ ଦୁର୍ଘଟଣା : ୧ ମୃତ

ସଡକ ଦୁର୍ଘଟଣା : ୧ ମୃତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଡ଼ାମାରିରେ ଘଟିଛି ସଡକ ଦୁର୍ଘଟଣା । ବାଇକକୁ ଧକ୍କା ଦେଇଛି ଟ୍ରକ । ଫଳରେ ଜଣେଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ଗୋଟିଏ ବାଇକରେ ଦୁଇ ଜଣ ପୋଡ଼ାମାରି ଯାଉଥିବା ସମୟରେ ପୋଡ଼ାମାରି ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ବାଇକକୁ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଦୁଇ ଜଣ ଗୁରୁତର ହୋଇ ପଡିରହିଥିଲେ । ସ୍ଥାନୀୟ ଲୋକ, ତୁରନ୍ତ ଦୁଇ ଜଣଙ୍କୁ ଦିଗପହଣ୍ଡି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ଜଣଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ସ୍ଥାନୀୟ ଲୋକ, ତୁରନ୍ତ ପୋଲିସ ଓ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି କରିଛି । ପୋଲିସ ଟ୍ରକ ଡ୍ରାଇଭରକୁ ଅଟକ ରଖି ପଚରା ଉଚରା କରିବା ସହିତ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking