17.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶସଡକ ଦୁର୍ଘଟଣା : ୧ ମୃତ

ସଡକ ଦୁର୍ଘଟଣା : ୧ ମୃତ

କାଉଡିଆଙ୍କ ଉପରେ ଚଢ଼ିଗଲା ନେତାଙ୍କ ଗାଡି। ଏଥିରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଅନ୍ୟ କାଉଡିଆ ଗୁରୁତର ହୋଇଛନ୍ତି। ଉତ୍ତର ପ୍ରଦେଶର ସୀତାପୁରରେ ଘଟିଛି ଏଭଳି କିଛି ଦୁର୍ଘଟଣା। ସୂଚନା ମୁତାବକ, ଉତ୍ତରପ୍ରଦେଶର ମହମୁଦାବାଦ ପୁଲିସ ଷ୍ଟେସନ ନିକଟସ୍ଥ ଜରାୟପୁର ଗତକାଲି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି। କାଉଡିଆମାନେ ଜଳାଭିଷେକ ପାଇଁ ମହମୁଦାବାଦରୁ ଭଗୌଲି ବାରାବଙ୍କି ଯାଉଥିଲେ। ଏହି ସମୟରେ ସୀତାପୁରର ବିଜେପି ନେତାଙ୍କ ଗାଡି ଦ୍ରତ ଗତିରେ ଆସି କାଉଡିଆଙ୍କ ଉପରେ ମାଡି ଯାଇଥିଲା। ଏଥିରେ ୪ ଜଣ କାଉଡିଆ ଗୁରୁତର ହୋଇଥିଲେ। ସମସ୍ତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ସମସ୍ତ କାଉଡିଆ ନାବାଳକ ଥିବା ପୁଲିସ କହିଛି। ଗୁରୁତରଙ୍କୁ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଛି। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେପଟେ ଏହି ଦୁର୍ଘଟଣାରେ ଯୁବତୀ କାଉଡିଆ ନେହାଙ୍କ ମୃତ୍ୟୁ ପରେ ସାଥୀ କାଉଡିଆମାନେ ରାଗି ଯାଇଛନ୍ତି। ରାସ୍ତା ଉପରେ ମୃତଦେହ ରଖି ସେମାନେ ବିରୋଧ କରିଛନ୍ତି। ପୁଲିସ ପୂରା ମାମଲାରେ ତଦନ୍ତ ଜାରି ରଖିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking