ଗଞ୍ଜାମ : ବାଇକ କାର ଧକ୍କାରେ ଜଣେ ମୃତ ଏବଂ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାଟି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ପିପୁଲସ୍ କଲେଜ ନିକଟରେ ହୋଇଛି । ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ଶମ୍ଭୁ ବୋଲି ଜଣାପଡିଛି । ଶମ୍ଭୁ ଓ ତାଙ୍କ ସାଙ୍ଗ ବାଇକରେ ବୁଗୁଡାରୁ ଓଡଗାଁ ଯାଉଥିବାବେଳେ ବିପରୀତ ଦିଗରୁ ଏକ କାର୍ ଆସି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଶମ୍ଭୁଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ବନ୍ଧୁ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।










