23.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଆରଜେଡି ନେତା ସୁନୀଲଙ୍କ ବହିଷ୍କାର ନିଷ୍ପତ୍ତି ଖାରଜ

ଆରଜେଡି ନେତା ସୁନୀଲଙ୍କ ବହିଷ୍କାର ନିଷ୍ପତ୍ତି ଖାରଜ

ନୂଆଦିଲ୍ଲୀ: ବିହାର ବିଧାନ ପରିଷଦରୁ ଆରଜେଡି ନେତା ସୁନୀଲ କୁମାର ସିଂହଙ୍କ ବହିଷ୍କାରକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଶ୍ରୀ ସିଂହଙ୍କ ଆଚରଣକୁ ଘୃଣ୍ୟ ଏବଂ ଗୃହର ସଦସ୍ୟଙ୍କ ପାଇଁ ଅଶୋଭନୀୟ ବୋଲି ଦର୍ଶାଇ ତାଙ୍କୁ ବିଧାନ ପରିଷଦରୁ ବହିଷ୍କାର କରାଯିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଏନ୍ କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ଶୁଣାଣି କରିଛନ୍ତି। ଏହି ଅବସରରେ ଖଣ୍ଡପୀଠ କହିଛନ୍ତି ଯେ ବିଧାନ ପରିଷଦ ଅଧିକ ଉଦାର ହେବା ଉଚିତ୍‌। ଗୃହରେ ସୁନୀଲ କୁମାର ସିଂହଙ୍କ “ଅଶୋଭନୀୟ” ଆଚରଣ ପାଇଁ ତାଙ୍କୁ ନିଲମ୍ବନର ଦଣ୍ଡ ପ୍ରଦାନ କରାଯାଇସାରିଛି। ଅନ୍ୟପକ୍ଷେ ସୁନୀଲ କୁମାର ମଧ୍ୟ ସ୍ୱୀକାର କରିସାରିଛନ୍ତି ଯେ ସେ ନିଲମ୍ବନ ଅବଧି ପାଇଁ କୌଣସି ପାରିଶ୍ରମିକ ଲୋଡ଼ିବେ ନାହିଁ। ତେଣୁ ଗୃହରେ ଅଶାଳୀନ ଆଚରଣ ଆଳରେ ବିହାର ବିଧାନ ପରିଷଦରୁ ସୁନୀଲ କୁମାର ସିଂହଙ୍କୁ ବହିଷ୍କାର କରାଯିବାର କୌଣସି ଯଥାର୍ଥତା ନଥିବା ଖଣ୍ଡପୀଠ ଅନୁଭବ କରୁଛନ୍ତି। ଏହିକାରଣରୁ ତାଙ୍କ ଉପରେ ଲାଗୁ କରାଯାଇଥିବା ବହିଷ୍କାର ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ରଦ୍ଦ କରୁଥିବା ଖଣ୍ଡପୀଠ ପ୍ରକାଶ କରିଛନ୍ତି।

୨୬ ଜୁଲାଇ ୨୦୨୪ରେ, ଗୃହରେ ତାଙ୍କ ଅଶାଳୀନ ଆଚରଣ ପାଇଁ ସୁନୀଲ କୁମାର ସିଂହଙ୍କୁ ବିହାର ବିଧାନ ପରିଷଦରୁ ବହିଷ୍କାର କରାଯାଇଥିଲା। ସୁନୀଲ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଏବଂ ତାଙ୍କ ପରିବାରର ନିକଟତର ବୋଲି ବିବେଚନା କରାଯାଉଥିବା ବେଳେ ତାଙ୍କ ବିରୋଧରେ ୧୩ ଫେବୃଆରୀ ୨୦୨୪ରେ ଗୃହରେ ଏକ ବିବାଦୀୟ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ସ୍ଲୋଗାନ ଦେବାର ଅଭିଯୋଗ ଆସିଥିଲା। ପ୍ରକାଶ, ୨୦୨୪ରେ, ନୀତିଶାସ୍ତ୍ର କମିଟି ପକ୍ଷରୁ ବିଧାନ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ଅବଧେଶ ନାରାୟଣ ସିଂହଙ୍କୁ ରିପୋର୍ଟ ଦାଖଲ କରାଯିବାର ଦିନକ ପରେ ସୁନୀଲ କୁମାର ସିଂହଙ୍କ ବହିଷ୍କାର ପ୍ରସ୍ତାବ ବାଚନିକ ଭୋଟ ଦ୍ୱାରା ଗୃହରେ ଗୃହୀତ ହୋଇଥିଲା। ଶ୍ରୀ ସିଂହଙ୍କ ବିରୁଦ୍ଧରେ “ମୁଖ୍ୟମନ୍ତ୍ରୀଙ୍କ ଶରୀର ଭାଷାକୁ ଅନୁକରଣ କରି ତାଙ୍କୁ ଅପମାନିତ କରିବା” ଏବଂ ନୀତିଶାସ୍ତ୍ର କମିଟି ସମ୍ମୁଖରେ ହାଜର ହେବା ପରେ ସେମାନଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇବାର ମଧ୍ୟ ଅଭିଯୋଗ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking