ଭୁବନେଶ୍ବର: ଓଡ଼ିଶାର ପ୍ରମୁଖ ସହରରେ ବଢିବାରେ ଲାଗିଛି କ୍ୟାନସର ରିସ୍କ । ଭୁବନେଶ୍ବର, କଟକ, ରାଉରକେଲା ଓ ବ୍ରହ୍ମପୁର ପରି ସହରବାସୀଙ୍କ ପାଇଁ କ୍ୟାନସର ଆଶଙ୍କା ଅଧିକ। ICMR ର ଏକ ସର୍ଭେରୁ ଜଣାପଡ଼ିଛି, ଦୂଷିତ ଜଳାଶୟ ନିକଟରେ ରହୁଥିବା ଲୋକଙ୍କ ପାଇଁ ବଡ଼ ବିପଦ । ଶିଳ୍ପ ସଂସ୍ଥାର ଦୂଷିତ ବର୍ଜ୍ୟ ବସ୍ତୁ, ଖଣିରୁ ବାହାରୁଥିବା ବିଷାକ୍ତ ସାମଗ୍ରୀ ଓ ଠିକ ଭାବେ ଟ୍ରିଟମେଣ୍ଟ ହେଉନଥିବା ସ୍ବେରେଜର ବର୍ଜ୍ୟ ଏଥିପାଇଁ ମୁଖ୍ୟତଃ ଦାୟୀ । ଏସବୁ ବର୍ଜ୍ୟବସ୍ତୁ ମହାନଦୀ, କୁଆଖାଇ, କାଠଯୋଡ଼ି, ଦୟା, ବ୍ରାହ୍ମଣୀ, ଋଷିକୁଲ୍ୟା ନଦୀରେ ମିଶୁଥିବାରୁ ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ବଡ଼ ବିପଦ ଭାବେ ଉଭା ହୋଇଛି । ଲଗାତର ଭାବେ ପ୍ରଦୂଷିତ ନଦୀ ଜଳ ବ୍ୟବହାର କରୁଥିବାରୁ ଗଲ୍ ବ୍ଲାଡର କ୍ୟାନସର ହୋଇପାରେ ବୋଲି ସତର୍କ କରିଦେଇଛି ସର୍ଭେ।