32.1 C
Bhubaneswar
Saturday, February 14, 2026
Homeଅପରାଧଡାହାଣୀ ସନ୍ଦେହ: ବାପାମା’ ଓ ଝିଅକୁ ମାରି ଜଙ୍ଗଲରେ ପିଙ୍ଗିଦେଲେ

ଡାହାଣୀ ସନ୍ଦେହ: ବାପାମା’ ଓ ଝିଅକୁ ମାରି ଜଙ୍ଗଲରେ ପିଙ୍ଗିଦେଲେ

ରାଞ୍ଚି : ଡାହାଣୀ ସନ୍ଦେହରେ ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା। ଖଣ୍ଡ ଖଣ୍ଡ କରି ଜଙ୍ଗଲରେ ଫିଙ୍ଗିଦେଲା ହତ୍ୟାକାରୀ। ଏପରି କିଛି ଜଙନ୍ୟ ହତ୍ୟାକାଣ୍ଡ ଘଟଣା ଘଟିଛି ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ବନ୍ଦଗାଁଓରେ। ଗତ ୧୦ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ଡୁଗୁଲୁ ପୂର୍ତ୍ତି (୫୭), ତାଙ୍କ ସ୍ତ୍ରୀ ଶୁକବରୋ ପୂର୍ତ୍ତି ଓ ତାଙ୍କର ୨୪ ବର୍ଷୀୟ ଝିଅ।ଡୁଗୁଲୁ ତାଙ୍କ ସ୍ତ୍ରୀ ଓ ଝିଅ ଘରେ ଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଘରେ ପଶି ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ଧାରୁଆ ଅସ୍ତ୍ରରେ ସେମାନଙ୍କର ମୁଣ୍ଡ ଗୁଣ୍ଡିକୁ ଅଲଗା କରି ଦେଇଥିଲେ। ପରେ ଦୁର୍ବୃତ୍ତମାନେ ପ୍ରମାଣ ନଷ୍ଟ କରିଦେବା ପାଇଁ ୩ ଜଣଙ୍କ ମୃତଦେହକୁ ଜଙ୍ଗଲରେ ପିଙ୍ଗି ଦେଇଥିଲା। ତେବେ ମୃତ ଡୁଗୁଲୁଙ୍କ ସାନ ଝିଅ ସ୍କୁଲରୁ ଫେରି ବାପାମା’ ଓ ବଡ଼ ଭଉଣୀକୁ ଘରେ ନ ପାଇ ବ୍ୟସ୍ତ ହୋଇପଡ଼ିଥିଲା। ଚାରିଆଡେ ବାପାମା’ ଓ ଭଉଣୀକୁ ଖୋଜାଖୋଜି କରିଥିଲା, ହେଲେ ପାଇ ନଥିଲା। ପରେ ନିଜର କାକାଙ୍କ ପୁଅକୁ ସବୁ କଥା ଜଣାଇଥିଲା। ପରେ ଉଭୟ ଥାନାରେ ଯାଇ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ପରେ ଜଙ୍ଗଲରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ସମସ୍ତଙ୍କ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ବେଳେ ଗଣ୍ଡି ମୁଣ୍ଡ ଅଲଗା ଅବସ୍ଥରେ ପଡ଼ିଥିବା ପୁଲିସ ଦେଖିବାକୁ ପାଇଥିଲା। ସମସ୍ତଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking