18.1 C
Bhubaneswar
Thursday, February 12, 2026
Homeଓଡିଶାଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁସଂହତ କରିବ ସୂଚନା ଅଧିକାର ଆଇନ : ପୃଥ୍ୱୀରାଜ ହରିଚନ୍ଦନ

ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁସଂହତ କରିବ ସୂଚନା ଅଧିକାର ଆଇନ : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର:  ବିଭିନ୍ନ ଶାସନ ବ୍ୟବସ୍ଥା ମଧ୍ୟରେ ଗଣତନ୍ତ୍ର ଶାସନକୁ ଆଜି ସର୍ବଶ୍ରେଷ୍ଠ ବୋଲି ଗଣାଯାଉଛି । ତେବେ ଦୁର୍ନୀତି ଏହି ଶାସନ ବ୍ୟବସ୍ଥାକୁ କଳୁସିତ କରିଛି । ତେଣୁ ଦୁର୍ନୀତି ରୂପକ ରାକ୍ଷାସକୁ ମୂଳୋତ୍ପାଟନ କରିପାରିଲେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସୁଧାର ଆସିପାରିବ । ଏହି ପରିପ୍ରେକ୍ଷୀରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁସଂହତ କରିବାରେ ସୂଚନା ଅଧିକାର ଆଇନ ଏକ ବରଦାନ ସଦୃଶ ସାବ୍ୟସ୍ତ ହୋଇଛି ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।

ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ସୂଚନା ଅଧିକାର ଆଇନର ୧୯ ବର୍ଷ ପୂର୍ତ୍ତି ପାଳନ ଅବସରରେ ‘ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁସଂହତ କରିବା କ୍ଷେତ୍ରରେ ସୂଚନା ଅଧିକାର ଆଇନର ଭୂମିକା’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ସୂଚନା ଅଧିକାର ଆଇନ ସତ୍ୟକୁ ଉଜାଗର କରିବା ସହିତ ଦୁର୍ନୀତିକୁ ନିରୁତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଆଜି ଆମେ ଏହି ଆଇନର ୧୯ ବର୍ଷ ପୂର୍ତ୍ତି ପାଳନ କରୁଥିବାବେଳେ ପ୍ରଚଳିତ ଆଇନରେ ଥିବା ବିଭିନ୍ନ ଅଦରକାରୀ ନିୟମକୁ ସଂଶୋଧିତ କରି ଜନସାଧାରଣଙ୍କୁ କିଭଳି ସୁବିଧାରେ ସହଜରେ ଓ କମ୍‌ ମୂଲ୍ୟରେ ସୂଚନା ମିଳିପାରିବ ସେଥି ନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି । ଏହି ଆଇନକୁ ଅଧିକ ଲୋକାଭିମୁଖୀ କରିବା ସହିତ ଆଇନରେ ଥିବା ପ୍ରାବଧାନ ଅନୁଯାୟୀ ଦୋଷୀଙ୍କ ବିରୋଧରେ ଦଣ୍ଡବିଧାନ ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱ ଦେଇଥିଲେ ।

ଓଡ଼ିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ଶ୍ରୀ ପ୍ରଦୀପ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମଶାଳାରେ ଏନସିପିଆରଆଇ ସଦସ୍ୟ ସୁଶ୍ରୀ ଅମ୍ରିତା ଜୋହରି, ପୂର୍ବତନ ରାଜ୍ୟ ସୂଚନା କମିଶନର ଶ୍ରୀ ଦିଲ୍ଲୀପ ବିଷୋଇ, ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ଆଜାଦ୍‌ ହିନ୍ଦ୍‌ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଶ୍ରୀ ରବି ଦାସ, ଶ୍ରୀ ନବୀନ ଦାସ, ରାଜନେତା ଶ୍ରୀ ସଜ୍ଜନ ଶର୍ମା, ଦୁର୍ନୀତି ବିରୋଧୀ ସଂଘର ସହ ଆବାହକ ଜଗନ୍ନାଥ ଷଡ଼ଙ୍ଗୀ ଓ ସୁଧୀର ମହାନ୍ତି ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking