15.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶ୧୦,୩୮୦ କୋଟି ଦାନ କଲେ ଧନକୁବେର

୧୦,୩୮୦ କୋଟି ଦାନ କଲେ ଧନକୁବେର

ନୂଆଦିଲ୍ଲୀ: ଦେଶର ଦାନବୀର ଅରବପତିମାନେ ଚଳିତ କ୍ୟାଲେଣ୍ଡର ବର୍ଷରେ ମୋଟ ୧୦,୩୮୦ କୋଟି ଟଙ୍କା ଦାନ କରିଛନ୍ତି ।  ଇଡେଲଗିଭ ହୁରୁନ ଇଣ୍ଡିଆ ଫିଲାନଥ୍ରୋପି ତାଲିକା -୨୦୨୫ରେ ଏହା ପ୍ରକାଶ ପାଇଛି । ଏହି ତାଲିକାରେ ୧୯୧ ଅରବପତି ରହିଛନ୍ତି। ଯେଉଁଥିରୁ ୧୨ ଜଣ ହେଉଛନ୍ତି ନୂଆ। ଗତ ୩ ବର୍ଷରେ ଦାନ ପରିମାଣରେ ୮୫% ବୃଦ୍ଧି ଘଟିଥିବା ଜଣାପଡିଛି। ତାଲିକାର ଶୀର୍ଷରେ ଅଛନ୍ତି ଏଚସିଏଲ ଟେକ୍ନୋଲୋଜିଜର ପ୍ରତିଷ୍ଠାତା ଶୀବ ନାଦାର ଏବଂ ପରିବାର । ଏବର୍ଷ ନାଦାର ଦାନ କରିଛନ୍ତି ୨,୭୦୮ କୋଟି ଟଙ୍କା । ଏଥିସହ ସେ ୫ ବର୍ଷରେ ଚତୁର୍ଥ ଥର ପାଇଁ  ଭାରତର ସବୁଠାରୁ ଦାନୀ ବ୍ୟକ୍ତିଙ୍କ ମାନ୍ୟତା ବଜାୟ ରଖିଛନ୍ତି। ନାଦାରଙ୍କ ଯୋଗଦାନକୁ  ଯଦି ହିସାବ କରାଯାଏ, ତେବେ ଦିନକୁ ସେ ଦାନ କରିଛନ୍ତି ହାରାହାରି ୭.୪ କୋଟି ଟଙ୍କା। ବାର୍ଷିକ ଆଧାରରେ ଏଥିରେ ୨୬%  ଅଭବୃଦ୍ଧି ଦେଖିବାକୁ ମିଳିଛି। ଶୀବ ନାଦାର ଫାଉଣ୍ଡେସନ ଜରିଆରେ ସେ ଏହି କାର୍ଯ୍ୟରେ ଲିପ୍ତ ଅଛନ୍ତି। ତାଙ୍କର ଏହି ସଂସ୍ଥାଶିକ୍ଷା, କଳା ଏବଂ ସଂସ୍କୃତି ଉପରେ ଧ୍ୟାନ କେନ୍ଦ୍ରିତ  କରିଥାଏ। ତାଲିକାରେ ଥିବା ଶ୍ରେଷ୍ଠ  ୧୦ ଦାନବୀର ମୋଟ ୫,୮୩୪ କୋଟି ଟଙ୍କା  ଦାନ କରିଛନ୍ତି । ଗତବର୍ଷ ତୁଳନାରେ  ଏହା ୨୬ %  ଅଭିବୃଦ୍ଧି ।  ମୋଟ ଦାନ ପରିମାଣରେ  ଏମାନଙ୍କ ମିଳିତ ଯୋଗଦାନ ରହିଛି ୫୬% ।

କିଏ କେତେ ଦାନ କରିଛନ୍ତି
ନାମ- ଦାନ ପରିମାଣ( କୋଟି ଟଙ୍କାରେ )- ପ୍ରମୁଖ ଦାନ କ୍ଷେତ୍ର
୧. ଶୀବ ନାଦାର ଓ ପରିବାର-୨,୦୮- ଶିକ୍ଷା
୨. ମୁକେଶ ଅମ୍ବାନି ଓ ପରିବାର- ୬୨୬- ଶିକ୍ଷା
୩. ବଜାଜ ପରିବାର- ୪୪୬ – ଶିକ୍ଷା
୪. କୁମାର ମଙ୍ଗଳମ ବିର୍ଲା ଓ ପରିବାର- ୪୪୦- ସ୍ୱାସ୍ଥ୍ୟସେବା
୫. ଗୌତମ ଆଦାନି ଓ ପରିବାର- ୩୮୬- ଶିକ୍ଷା
୬. ନନ୍ଦନ ନିଲେକାନୀ- ୩୬୫- ଇକୋସିଷ୍ଟମ ବିଲ୍ଡିଂ
୭. ହିନ୍ଦୁଜା ପରିବାର – ୨୯୮- ସ୍ୱାସ୍ଥ୍ୟସେବା
୮. ରୋହିଣୀ ନିଲେକାନୀ- ୨୦୪ – ଇକୋସିଷ୍ଟମ ବିଲ୍ଡିଂ
୯. ସୁଧୀର ଓ ସମୀର ମେହେଟ୍ଟା- ୧୮୯- ସାମାଜିକ ବିକାଶ
୧୦. ସାଇରସ ଓ ଆଦର ପୁନାୱାଲା ୧୭୩- ଶିକ୍ଷା

 

ଚଳିତ ବର୍ଷ ଶ୍ରେଷ୍ଠ ୧୦ ସ୍ଥାନରେ  ପ୍ରବେଶ କରିଛନ୍ତି ହିନ୍ଦୁଜା ପରିବାର, ସୁଧୀର ଏବଂ ସମୀର ମେହେଟ୍ଟା ଓ ସାଇରସ ଏବଂ ଆଦର ପୁନାୱାଲା ।  ଏମାନେ ଯଥାକ୍ରମେ ସପ୍ତମ, ନବମ ଏବଂ ଦଶମ ସ୍ଥାନରେ ରହିଛନ୍ତି ।  ୬୮ ବର୍ଷୀୟ ମୁକେଶ ଅମ୍ବାନି ଏବଂ ପରିବାର ୬୨୬ କୋଟି ଟଙ୍କା  ଦାନ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।  ରିଲାଏନ୍ସ ଫାଉଣ୍ଡେସନ ଜରିଆରେ ସେ ଦାତବ୍ୟ କାର୍ଯ୍ୟରେ  ଲିପ୍ତ ଅଛନ୍ତି ।ତାଙ୍କ ଫାଉଣ୍ଡେସନ ବିଶେଷକରି ଶିକ୍ଷା,ଗ୍ରାମୀଣ ବିକାଶ, ଚିକିତ୍ସା, ମହିଳା ସଶକ୍ତିକରଣ ଏବଂ ଐତିହ୍ୟ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟକରୁଛି । ରିପୋର୍ଟ ଅନୁସାରେ, ଗତ ୫ ବର୍ଷରେ ଦେଶର ଶ୍ରେଷ୍ଠ ୨୫ ଦାନବୀର ମୋଟ ୫୦, ୦୦୦ କୋଟି ଟଙ୍କା ଦାନ କରିଛନ୍ତି । ଇକ୍ତ ହିସାବରେ ଏମାନେ ଦିନକୁ ଦେଇଛନ୍ତି ଙାରାହାରି ୪୬ କୋଟି ଟଙ୍କା ।  ରିପୋର୍ଟ ଅନୁସାରେ ମୁମ୍ବାଇରେ ସବୁଟାରୁ ଅଧିକ ୨୮ % ଦାନବୀର ଅଛନ୍ତି । ଏହା ପଛକୁ ନୂଆଦିଲ୍ଲୀରେ ୧୭% ଏବଂ ବେଙ୍ଗାଲୁରୁରେ ୮% ଦାନବୀର ଅଛନ୍ତି । ସିଏସଆର ଆବଣ୍ଟନରେ ମହାରାଷ୍ଟ୍ରର ବଡଭାଗ ରହିଛି । ଏହା ପଛକୁ  ରହିଛି ଗୁଜୁରାଟ ଶିକ୍ଷା କ୍ଷେତ୍ରରେ ଅଧିକ ଦାନ କରିଛନ୍ତି ଧନକୁବେର । ୧୦୭ ଦାନବୀର ଶିକ୍ଷା ଅଭିଯାନଗୁଡିକ ବାବଦକୁ ମୋଟ ୪,୧୬୬ କୋଟି ଟଙ୍କା ଦାନ କରିଥିବା ଜଣାପଡିଛି ।

ମହିଳା ଦାନ କଲେ ୬୦୦ କୋଟି
ରୋହିଣୀ ନିଲେକାନୀ ଫିଲାନଥ୍ରୋପିଜର ଅଧ୍ୟକ୍ଷା ତଥା ଏକେଷ୍ଟପ ଫାଉଣ୍ଡେସନର ସହ ପ୍ରତିଷ୍ଠାତା ରୋହିଣୀ ନିଲେକାନୀ ପାଲଟିଛନ୍ତି ଦେଶର ସବୁଠାରୁ ଦାନୀ ମହିଳା ଇଡେଲଗିଭ ହୁରୁନ ଇଣ୍ଡିଆ ଫିଲାନଥ୍ରୋପି ତାଲିକା- ୨୦୨୫ ଅନୁସାରେ ୬୬ ବର୍ଷୀୟ ନିଲେକାନା ଏ ବର୍ଷ ୨୦୪ କୋଟି ଟଙ୍କା ଦାନ କରିଛନ୍ତି । ହୁରୁନ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅନୁସାରେ ୨୪ ମହିଳା ଦାନବୀର ଏବର୍ଷ ତାଲିକାରେ ସ୍ଥାନିତ ହୋଇଛନ୍ତି । ଗତ ୫ ବର୍ଷରେ ନିଲେକାନୀ ଦାନ କରିଛନ୍ତି ମୋଟ ୭୬୩ କୋଟି ଟଙ୍କା ସିଭିଲ ସୋସାଇଟି ଇନଷ୍ଟିଚ୍ୟୁଟଗୁଡିକୁ ମଜଭୁତ କରିବା ଉପରେ ସେ ଧ୍ୟାନ ଦେଇ ଆସୁଛନ୍ତି । ମହିଳାଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବାୟୋକନ ଅଧ୍ୟକ୍ଷା କିରନ ମଜମୁଦାର ଶ’ । ଏବର୍ଷ ସେ ଦାନ କରିଛନ୍ତି ୮୩ କୋଟି ଟଙ୍କା । ଗତ ୫ ବର୍ଷରେ ମୋଟ ୩୧୦ କୋଟି ଟଙ୍କା ଦାନ କରିଛନ୍ତି । ମଜମୁଦାର ଶ’ ଫିଲାନଥ୍ରୋପି ଜରିଆରେ ସେ ଏହି କାର୍ଯ୍ୟରେ ଜଡିତ ଅଛନ୍ତି । ବୈଜ୍ଞାନିକ ଗବେଷଣା, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଉପରେ ସେ ଧ୍ୟାନ ଦେଇ ଆସୁଛନ୍ତି । ତୃତୀୟ ସ୍ଥାନରେ ଅଛନ୍ତି ହରିଶ ଆଣ୍ଡ ବୀନା ଶାହ । ସେ ଏବର୍ଷ ୬୯ କୋଟି ଟଙ୍କା ଦାନ କରିଛନ୍ତି । ତାଙ୍କ ଫାଉଣ୍ଡେସନ ଶିକ୍ଷା , ସ୍ୱାସ୍ଥ୍ୟ , ଲିଙ୍ଗଗତ ସମାନତା ଏବଂ ପରିବେଶ ସୁରକ୍ଷା ଉପରେ କାର୍ଯ୍ୟ କରୁଛି । ୫୬ କୋଟି ଦାନ କରି ଚତୁର୍ଥ ସ୍ଥାନରେ ଅଛନ୍ତି ଅନୁ ଆଗା ଏବଂ ପରିବାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking