25.1 C
Bhubaneswar
Saturday, December 27, 2025
Homeଓଡିଶାଧାନ ବୋଝେଇ ଟ୍ରକ ଜବତ : ଡ୍ରାଇଭର ଫେରାର

ଧାନ ବୋଝେଇ ଟ୍ରକ ଜବତ : ଡ୍ରାଇଭର ଫେରାର

ସମ୍ବଲପୁର : ସମ୍ବଲପୁରରୁ ପଶ୍ଚିମବଙ୍ଗ ନମ୍ବର ଥିବା  ଧାନ ବୋଝେଇ ଟ୍ରକକୁ  ଧନକଉଡା  ବ୍ଲକ  ସାତୁପାଲି ନିକଟରୁ ଯୋଗାଣ ବିଭାଗ ଜବତ କରିଛି ।  ଘଟଣାସ୍ଥଳରୁ ଗାଡି ଛାଡି ଡ୍ରାଇଭର  ଫେରାର ହୋଇଥିବା ସୂଚନା ମିଳିଛି ।  ପଶ୍ଚିମବଙ୍ଗର ଡଈ୩୩-ଈ-୦୧୪୫ ନମ୍ବର ଥିବା ଧାନ ବୋଝେଇ ଟ୍ରକକୁ ଦେଖିଥିଲେ ସ୍ଥାନୀୟ ଚାଷୀ। ଆନ୍ତଃ ରାଜ୍ୟ ଧାନ ଚୋରା ଚାଲାଣ ହେଉଥିବା ସନ୍ଦେହ କରି ଯୋଗାଣ ବିଭାଗକୁ ଖବର ଦେଇଥିଲେ। ଯୋଗାଣ ବିଭାଗ ଅଧିକାରୀ, ଧନକଉଡ଼ା ବ୍ଲକ ଯୋଗାଣ ନିରୀକ୍ଷକ  ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଯୋଗାଣ  ବିଭାଗ ଧାନ ବୋଝେଇ ଟ୍ରକକୁ କର୍ଡୋଲା  ପଞ୍ଚାୟତର ଏକ ରାଇସ୍ ମିଲରେ ରଖିଛି। କାଗଜପତ୍ର ଜବତ  କରି ଅଧିକ ଖୋଳତାଡ କରୁଛି ଯୋଗାଣ ବିଭାଗ। ତେବେ ଏନେଇ ଟ୍ରକ୍ ମାଲିକ କି ଯୋଗାଣ ବିଭାଗର
ପ୍ରତିକ୍ରିୟା ମିଳିପାରି ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking