24.1 C
Bhubaneswar
Wednesday, January 15, 2025
Homeଓଡିଶାମଧ୍ୟାହ୍ନ ଭୋଜନରେ ଭାତ ସହ ଲଙ୍କାଗୁଣ୍ଡ

ମଧ୍ୟାହ୍ନ ଭୋଜନରେ ଭାତ ସହ ଲଙ୍କାଗୁଣ୍ଡ

ହାଇଦ୍ରାବାଦ: ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ନେଇ ବିଭିନ୍ନ ରାଜ୍ୟରେ ମଧ୍ୟାହ୍ନ ଭୋଜନ ଯୋଜନା କାର୍ଯ୍ୟକାରୀ ହେଉଛି । କିନ୍ତୁ ବେଳେ ବେଳେ ଏହି ଯୋଜନା ଅନ୍ତର୍ଗତ ବ୍ୟାପକ ବାରମାରଣା ହେଉଥିବା ଏବଂ ସମ୍ପୂର୍ଣ୍ଣ ଯୋଜନା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତେଲଙ୍ଗାନାର ନିଜାମାବାଦ ଜିଲ୍ଲା କୋଥାପାଲି ଗ୍ରାମରେ ଥିବା ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନରେ କେବଳ ଲଙ୍କା ଗୁଣ୍ଡ ଏବଂ ତେଲରେ ମିଶ୍ରିତ ଭାତ ପରସାଯାଉଥିବା ଭଳି ଅତ୍ୟନ୍ତ ଅମାନବୀୟ ଘଟଣା ସମ୍ପର୍କରେ ସୂଚନା ମିଳିଛି । ଏପ୍ରକାର ମଧ୍ୟାହ୍ନ ଭୋଜନ ଖାଇବା ପରେ କେତେକ ଛାତ୍ରୀଛାତ୍ର ପେଟ ଯନ୍ତ୍ରଣା ଅନୁଭବ କରିବା ସହ ଅସୁସ୍ଥ ହୋଇପଡ଼ିଥିବା ନେଇ ଅଭିଭାବକମାନେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ନିଜାମାବାଦ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଉକ୍ତ ଘଟଣାକୁ ନେଇ ରାଜ୍ୟରେ ବିରୋଧୀ ଭାରତ ରାଷ୍ଟ୍ରୀୟ ସମିତି (ବିଆରଏସ୍‌) ପକ୍ଷରୁ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ନେତୃତ୍ୱାଧୀନ ସରକାରଙ୍କୁ ଟାର୍ଗେଟ କରିଛି । ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଭାତ ସହ ଲଙ୍କା ଗୁଣ୍ଡ ପରସା ଯାଇଥିବାର ଏକ ଫଟୋକୁ ରାଜ୍ୟର ପୂର୍ବତନ ସ୍ୱ।।ସ୍ଥ୍ୟ ମନ୍ତ୍ରୀ ତଥା ବିଆରଏସ୍ ନେତା ହରିଶ୍ ରାଓ ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଏକ୍ସ’ରେ ପୋଷ୍ଟ କରିଛନ୍ତି, ଯାହା ବେଶ୍ ଭାଇରାଲ ହୋଇଛି । ରାଜ୍ୟ ସରକାରଙ୍କ ଚରମ ଅବହେଳା ଯୋଗୁ ଛାତ୍ରୀଛାତ୍ରଙ୍କ ଜୀବନ ବିପଦରେ ପଡ଼ିଥିବା ସେ ଅଭିଯୋଗ କରିଛନ୍ତି । ବିଦ୍ୟାଳୟରେ ପିଲାମାନଙ୍କୁ ଗୁଣାତ୍ମକ ଖାଦ୍ୟ ଯୋଗାଇବାରେ କଂଗ୍ରେସ ସରକାର ବିଫଳ ହୋଇଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ କେ.ଟି. ରାମା ରାଓ କହିଛନ୍ତି । ତୁରନ୍ତ ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟର ସ୍ଥିତି ସମୀକ୍ଷା କରିବାକୁ ସେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking