18.1 C
Bhubaneswar
Tuesday, January 14, 2025
Homeଓଡିଶାଶେଷରେ ହଟିଲେ ମିନତୀ ବେହେରା

ଶେଷରେ ହଟିଲେ ମିନତୀ ବେହେରା

ଭୁବନେଶ୍ୱର: ଶେଷର ମହିଳା କମିଶନ ଅଧ୍ୟକ୍ଷ ପଦରୁ ମିନତୀ ବେହେରା ହଟିଛନ୍ତି । ମିନତୀଙ୍କ ପଦଚୁ୍ୟତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଓ ଅନ୍ୟ ୪ ଜଣ ସଦସ୍ୟାଙ୍କୁ ବରଖାସ୍ତ କରିଥିଲେ ମୋହନ ସରକାର । କମିଶନଙ୍କ ସହ ସଦସ୍ୟା ସ୍ପର୍ଣ୍ଣଲତା ସାମଲ, ସୁଜାତା ଦିଗଲ, ବବିତା ସ୍ୱାଇଁ ଓ ବିଜୟା ବରୱାଙ୍କୁ ତତ୍କାଳ ପ୍ରଭାବରୁ ହଟାଇ ଦିଆଯାଇଥିଲା । ରାଜ୍ୟ ସରକାର ଓଡ଼ିଶା ଆକ୍ଟ-୧୯୯୪ର ଧାରା ୩ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କୁ ବରଖାସ୍ତ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଥିଲା ।ତେବେ ବରଖାସ୍ତ ପରେ ବି ମିନତୀ ବେହେରା ପଦ ଛାଡ଼ୁନଥିଲେ । ପ୍ରତ୍ୟେକ ଦିନ ଅଫିସ ଆସିବା ସହ ଅଫିସ କାର୍ଯ୍ୟ କରୁଥିଲେ । ଏପରିକି ବରଖାସ୍ତ ନେଇ ସେ କିଛି ଜାଣିନଥିବା ଗଣମଧ୍ୟମକୁ କହିଥିଲେ । ତେବେ ଆଜି ତାଙ୍କୁ ପଦଚୁ୍ୟତ କରାଯାଇଥିବା ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସିଥିବା ପ୍ରତୁ୍ୟତ୍ତର ଗ୍ରହଣଯୋଗ୍ୟ ନୁହେଁ ବୋଲି ଦର୍ଶାଯାଇ ତାଙ୍କୁ ପଦଚୁ୍ୟତ କରାଯାଇଛି । କାହିଁକି ତାଙ୍କୁ ପଦଚୁ୍ୟତ କରାନଯିବ ସେ ନେଇ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । କମିଶନଙ୍କ ପ୍ରଦର୍ଶନ ସନ୍ତୋଷଜନକ ନୁହେଁ, କାହିଁକି ହଟାନଯିବ ସେନେଇ ଉତ୍ତର ମଗାଯାଇଥିଲା । ହଟିଲେ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା । କାରଣ ଦର୍ଶାଅ ନୋଟିସ ର ଉତ୍ତର ପରେ ହଟିଲେ । କାରଣ ଦର୍ଶାଅ ଚିଠିର ଉତ୍ତର ରେ ଖୁସି ନାହାନ୍ତି ସରକାର । ସନ୍ତୋଷ ଜନକ ଉତ୍ତର ନ ମିଳିବାରୁ ପଦରୁ ହଟିଲେ ମିନତୀ । ୨୩ ତାରିଖରେ ମହିଳା କମିଶନ ଙ୍କୁ ବରଖାସ୍ତ କରିଥିଲେ ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking