22.1 C
Bhubaneswar
Thursday, February 12, 2026
Homeଓଡିଶାଭିଜିଲାନ୍ସ ହାତରେ ଆରଆଇ

ଭିଜିଲାନ୍ସ ହାତରେ ଆରଆଇ

କନ୍ଧମାଳ : ଭିଜିଲାନ୍ସ ହାତରେ ରାଜସ୍ୱ ନିରୀକ୍ଷକ। ଜଣେ ବ୍ୟକ୍ତିଙ୍କ ଜମି ପଟ୍ଟା ବାବଦରେ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଧରିଲା। କନ୍ଧମାଳ ଜିଲ୍ଲା କୋଟଗଡ଼ ତହସିଲ ଦୁର୍ଗପଙ୍ଗ ଅଞ୍ଚଳର ଆରଆଇ ଦିଲିପ ସାହୁ ଲାଞ୍ଚ ନେବା ବେଳେ ଓଡିଶା ଭିଜିଲାନ୍ସ ଚଢଉ କରିଛି। ସୂଚନା ଅନୁଯାୟୀ, ଆରଆଇ ଜଣଙ୍କ ଜମି ପଟ୍ଟା କାଗପତ୍ର ହସ୍ତାନ୍ତରଣ କରିବା ବାବଦରେ ବେଆଇନ ଭାବେ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଦାବି କରିଥିଲେ। ଏହି ଘଟଣାକୁ ନେଇ ଭିଜିଲାନ୍ସର ଦ୍ୱାରସ୍ତ ହୋଇଥିଲେ ଅଭିଯୋଗକାରୀ। ଏହି ଘଟଣାର ଖବର ପାଇ ଭିଜିଲାନ୍ସ ଟିମ ଚଢାଉ କରିଥିଲା। ଆରଆଇ ଜଣଙ୍କ ୫ ହଜାର ଟଙ୍କା ଲାଞ୍ଚ ଟଙ୍କା ଲାଞ୍ଚ ନେବା ବେଳେ ରେଡ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ ଟିମ। ଆରଆଇଙ୍କଠାରୁ ସମସ୍ତ ଟଙ୍କା ଉଦ୍ଧାର କରି ଜବତ କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking