30.1 C
Bhubaneswar
Saturday, March 14, 2026
Homeଓଡିଶାଆରଆଇ, ଅମିନ ପରୀକ୍ଷାରେ ଅନିୟମିତତା ଅଭିଯୋଗ

ଆରଆଇ, ଅମିନ ପରୀକ୍ଷାରେ ଅନିୟମିତତା ଅଭିଯୋଗ

ଭୁବନେଶ୍ୱର : ସାରା ରାଜ୍ୟରେ ଚାଲୁଥିବା ଆରଆଇ, ଅମିନ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗରେ ଷ୍ଟୁଡେଣ୍ଟ ଏଗେନ୍‌ଷ୍ଟ କରପ୍ସନ ସଂଗଠନ ପକ୍ଷରୁ ଗୁରୁବାର କଟକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଟକ ଜିଲାର ବିଭିନ୍ନ ଛାତ୍ରଛାତ୍ରୀ ନେତାଜୀ ବସ୍ ଟର୍ମିନାଲରେ ଥିବା ଲାଇବ୍ରେରୀ ନିକଟରୁ ବିରାଟ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ ଅଫିସ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଛାତ୍ରଛାତ୍ରୀ ତଥା ପରୀକ୍ଷାର୍ଥୀ କହିଛନ୍ତି, ତୁରନ୍ତ ସରକାର ଏହି ପରୀକ୍ଷାକୁ ସମ୍ପୂର୍ଣ୍ଣ ବାତିଲ କରନ୍ତୁ। ଏହା ବ୍ୟତୀତ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ପୂର୍ବରୁ କଳା ତାଲିକାଭୁକ୍ତ ଥିବାବେଳେ କିପରି ସେ ସଂସ୍ଥା ପରୀକ୍ଷା କରୁଛି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking