29.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଆରଜି କର ମେଡିକାଲ କଲେଜ୍ ଓ ହସ୍ପିଟାଲ ମାମଲା; ସଞ୍ଜୟକୁ ମୃତ୍ୟୁଦଣ୍ଡ ଦାବିରେ ସିବିଆଇ ହାଇକୋର୍ଟଙ୍କ...

ଆରଜି କର ମେଡିକାଲ କଲେଜ୍ ଓ ହସ୍ପିଟାଲ ମାମଲା; ସଞ୍ଜୟକୁ ମୃତ୍ୟୁଦଣ୍ଡ ଦାବିରେ ସିବିଆଇ ହାଇକୋର୍ଟଙ୍କ ଦ୍ୱାରସ୍ଥ

କୋଲକାତା: କୋଲକାତାସ୍ଥିତ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ଟ୍ରେନି ମହିଳା ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଞ୍ଜୟ ରୟକୁ ଫାଶୀଦଣ୍ଡ ଦିଆଯିବା ଦାବିରେ ସିବିଆଇ ଏବେ କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଗତ ୨୦ତାରିଖରେ ସିଆଲଦା ସ୍ଥିତ ସିବିଆଇ କୋର୍ଟ ସଞ୍ଜୟ ରୟକୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିବା ବେଳେ ସିବିଆଇ ଏବେ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରିଛି। ସିବିଆଇ ପକ୍ଷରୁ ହାଇକୋର୍ଟରେ ଏନେଇ ଏକ ପିଟିସନ ଦାୟର କରାଯାଇଛି। ସିବିଆଇ ହାଇକୋର୍ଟ ଯିବା ପୂର୍ବରୁ ପଶ୍ଚିମବଙ୍ଗ ସରକାର ମଧ୍ୟ ସଞ୍ଜୟ ରୟକୁ ଫାଶୀ ଦିଆଯିବା ଦାବିରେ ହାଇକୋର୍ଟରେ ଅନ୍ୟ ଏକ ପିଟିସନ ଦାୟର କରିସାରିଛନ୍ତି। ତେବେ ହାଇକୋର୍ଟ ମଧ୍ୟ ଉଭୟ ପିଟିସନ୍‌କୁ ଶୁଣାଣି ପାଇଁ ଗ୍ରହଣ କରିଥିବା ଜଣାପଡିଛି। ଏହିକ୍ରମେ ଆସନ୍ତା ୨୭ରେ ଜଷ୍ଟିସ ଦେବାଂଶୁ ବସାକ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି କରାଯିବ ବୋଲି ଜଣାପଡିଛି।

ସିବିଆଇ ପକ୍ଷରୁ ମାମଲା ପରିଚାଳନା କରୁଥିବା ଡେପୁଟି ସଲିସିଟର ଜେନେରାଲ ରାଜଦୀପ ମଜୁମଦାର କହିଛନ୍ତି, ନିମ୍ନ ଅଦାଲତରେ ଉପଯୁକ୍ତ ଦଣ୍ଡାଦେଶ ମିଳିନଥିବାରୁ ଏହାର ପ୍ରତିବାଦରେ ଉପରିସ୍ଥ ଅଦାଲତକୁ ଯିବାର ଅଧିକାର ସିବିଆଇ ନିକଟରେ ରହିଛି। ଅପରପକ୍ଷରେ ରାଜ୍ୟ ସରକାର ହାଇକୋର୍ଟର ଦ୍ୱାରସ୍ଥ ହେବା ପ୍ରସଙ୍ଗକୁ ସିବଆଇ ସମାଲୋଚନା କରିଛି। ତଦନ୍ତକାରୀ ସଂସ୍ଥା ଭାବେ ଦଣ୍ଡାଦେଶ ବିରୋଧରେ ଅପିଲ କରିବାର ଅଧିକାର କେବଳ ସିବିଆଇ ନିକଟରେ ରହିଥିବା ସେ କହିଛନ୍ତି।

୨୦୨୪ ଅଗଷ୍ଟ ୯ରେ ଆରଜିକର ମେଡିକାଲ କଲେଜ ପରିସରରେ ଜଣେ ୩୧ ବର୍ଷୀୟା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ଅଗଷ୍ଟ ୧୦ରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ଗିରଫ କରିଥିଲା। ତେବେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବାପରେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାମଲାର ତଦନ୍ତ ଭାର ସିବିଆଇ ଉପରେ ନ୍ୟସ୍ତ କରାଯାଇଥିଲା। ସିବିଆଇ ପକ୍ଷରୁ ଦାଖଲ ତଦନ୍ତ ରିପୋର୍ଟ ତଥା ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ସିଆଲଦା କୋର୍ଟ ସଞ୍ଜୟକୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ। ପୀଡ଼ିତାଙ୍କ ବାପା ମା ମଧ୍ୟ ସଞ୍ଜୟକୁ ଫାଶୀ ଦିଆଯିବା ନେଇ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking